Latest Odisha News

BREAKING NEWS

ମହାବୋଧି ସୋସାଇଟିର ସ୍ୱତନ୍ତ୍ର ବୁଦ୍ଧ ପୂର୍ଣ୍ଣିମା

ଭୁବନେଶ୍ୱର : ମହାବୋଧି ସୋସାଇଟି ଅଫ ଇଣ୍ଡିଆ ପକ୍ଷରୁ ବୁଦ୍ଧ ପୂର୍ଣ୍ଣିମା ସ୍ୱତନ୍ତ୍ର ଢଙ୍ଗରେ ପାଳିତ ହୋଇଯାଇଛି । କରୋନା ମହାମାରୀର ପ୍ରକୋପ ତଥା ‘ୟାସ’ ବାତ୍ୟାର ପ୍ରଭାବକୁ ଆଖି ଆଗରେ ରଖି ସୋସାଇଟି ପକ୍ଷରୁ କଳିଙ୍ଗନଗରଠାରେ ଗରିବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଏହା ସହ ଭୁବନେଶ୍ୱର ଓ ଛତିଆର ତିନୋଟି ଆନାଥାଶ୍ରମରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି।

ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ଶାଖାର ସମ୍ପାଦକ ଡ .ସୌରେନ୍ଦ୍ର କୁମାର ମହାପାତ୍ର ପରିଚାଳନା କରିଥିଲେ । ଏଥିରେ ସୋସାଇଟିର କେନ୍ଦ୍ରୀୟ ସଭ୍ୟ ଡ. କରୁଣାକର ପ୍ରଧାନ , ନମ୍ରତା ଚଢ଼ା ଓ ନମିତା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.