ଭଦ୍ରକ: ବାତ୍ୟା ୟଶ ଆସୁଛି । ସଜାଗ ରହିବା ପାଇଁ ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଏହାପରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଜି ଭଦ୍ରକ ଜିଲ୍ଲାପାଳ ଡକ୍ତର ଜ୍ଞାନ ଦାସ ବାସୁଦେବପୁର ଅଞ୍ଚଳରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନ କରିଛନ୍ତି । ସେଠାରେ ଭିତ୍ତିଭୂମିର ସ୍ଥିତି ପରଖିଛନ୍ତି । କଣ ସବୁ ବ୍ୟବସ୍ଥା ରହିଛି ଯାଞ୍ଚ କରିବା ସହ ଆଶ୍ରୟ ସ୍ଥଳୀ ପରିଚାଳନା କମିଟି ସହ ଆଲୋଚନା ବି କରିଛନ୍ତି ଜିଲ୍ଲାପାଳ ଜ୍ଞାନ ଦାସ । ଏହି ସମୟରେ ତାଙ୍କ ସହ ବାସୁଦେବପୁର ତହସିଲଦାର ଓ ବିଡିଓ ଉପସ୍ଥିତ ଥିଲେ ।
Collector visited #Cyclone Shelters located in Basudevour area on 20/5, checked equipments provided and interacted with Shelter Management Committees. Tahasildar and BDO Basudevpur were present. pic.twitter.com/TXCvaIR5oY
— District Administration,Bhadrak (@DM_Bhadrak) May 20, 2021
Comments are closed.