ଯାଜପୁର: ଭଦ୍ରକରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁର ସଠିପୁର ଅଂଚଳର ୬ ଜଣ ସଂସ୍ପର୍ଶରେ ଆସିଛନ୍ତି । ଏନେଇ ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୂଚନା ମୁତାବକ କଲିକତାକୁ କିଛି ଲୋକ ମାରୁତି ଓମନି ଗାଡିରେ ଗତ ମାସ ୨୯ ତାରିଖରେ କଲିକତାରୁ ବାହାରି ୩୦ ତାରିଖରେ ଓଡିଶାରେ ପହଂଚିଥିଲେ । ସେହି ଗାଡିରେ ଯାଜପୁର ଜିଲାର ୬ ଜଣ ଆସିଥିଲେ ।
ସେମାନଙ୍କ ମଧ୍ୟରୁ କେତେକ ଷଠିପୁରରେ ଓହ୍ଲାଇ ଥାଇପାରନ୍ତି । ସେହି ଗାଡିରେ ଆସିଥିବା ଲୋକଙ୍କ ମଧ୍ୟରେ ଭଦ୍ରକ ଜିଲାର ଜଣେ ବ୍ୟକ୍ତି ଏବେ କୋରୋନା ପଜିଟିଭ ଭାବେ ଚିହ୍ନଟ ହେବା ପରେ ଯାଜପୁର ଜିଲା ପ୍ରଶାସନର ଚିନ୍ତା ବଢ଼ି ଯାଇଛି ।
ସେଥିପାଇଁ ଯଦି କୌଣସି ବ୍ୟକ୍ତି ୩୦ ତାରିଖ ସକାଳ ପର ଠାରୁ ସଠିପୁର କିମ୍ବା ଯାଜପୁର ଜିଲାରେ ପହଂଚିଥାନ୍ତି ତା ହେଲେ ତୁରନ୍ତ ପ୍ରଶାସନକୁ ଜଣାଇବା ସହିତ ନିଜେ କ୍ୱାରେଣ୍ଟାଇନରେ ରହିବାକୁ ଯାଜପୁର ଜିଲାପାଳ ନିବେଦନ କରିଛନ୍ତି । ସଂପୃକ୍ତ ୬ ଜଣ ବ୍ୟକ୍ତିଙ୍କ ସଂପୂର୍ଣ୍ଣ ସୂଚନା ନଥିବାରୁ ଜିଲ୍ଲାପାଳ ଗଣମାଧ୍ୟମ ଓ ସାଧାରଣ ଲୋକଙ୍କ ସହାୟତା ଲୋଡିଛନ୍ତି ।
BREAKING NEWS
- Isreal After Trump says leave War: ଯୁଦ୍ଧରେ ଆମେରିକାଠୁ ଅଲଗା ହେଲା କି ଇସ୍ରାଏଲ? ଟ୍ରମ୍ପଙ୍କ ବୟାନ ପରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା…
- PM Modi Assam Visits: ଚା ବଗିଚାରେ ହଠାତ୍ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ମହିଳାଙ୍କ ସହ ଛିଣ୍ଡାଇଲେ ଚା ପତ୍ର…
- ଭାରତରେ ପ୍ରଥମ ଥର ପାଇଁ କେବେ ଆସିଥିଲା ପେଟ୍ରୋଲ? ଜାଣନ୍ତୁ କେଉଁ ଦେଶରୁ ଆମଦାନି ହୋଇଥିଲା..
- Hydroponic Ganja: ହାଇଡ୍ରୋପୋନିକ୍ ଗଞ୍ଜେଇ କ’ଣ? କାହିଁକି ବୃଦ୍ଧି ପାଉଛି ଚୋରା ଚାଲାଣ?
- Iran War: ଶୀଘ୍ର ପଡ଼ିବ ଯୁଦ୍ଧରେ ଯବନିକା!, କହିଦେଲେ ଟ୍ରମ୍ପ…
- ରୁଷିଆରେ ସେନା ବିମାନ ଦୁର୍ଘଟଣା: ୨୯ ମୃତ
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
- ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ
- ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
Comments are closed.