Latest Odisha News

BREAKING NEWS

୭ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର: ଆଜି ସକାଳୁ ଚିହ୍ନଟ ହୋଇଥିବା ୭ କରୋନା ଆକ୍ରାନ୍ତଙ୍କ ଆସିଲା ତଥ୍ୟ । ଆକ୍ରାନ୍ତମାନେ କେତେ ବର୍ଷର ସେନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ୱେବସାଇଟରେ ତଥ୍ୟ ପ୍ରଦାନ କରାଯାଇଛି ।

ଭଦ୍ରକର ୫ ଜଣ ଓ ବାଲେଶ୍ୱରର ୨ ଆକ୍ରାନ୍ତଙ୍କ ତଥ୍ୟ ଆସିଛି । ଭଦ୍ରକର ୫ ଜଣ ପୁରୁଷଙ୍କ ଠାରେ କରୋନା ଭୂତାଣୁ ଠାବ ହୋଇଛି । ୫ ଆକ୍ରାନ୍ତଙ୍କ ବୟସ, ୪୮,୫୫,୫୭,୫୮, ୬୬ ବୋଲି ଜଣାପଡ଼ିଛି । ସେହିପରି ବାଲେଶ୍ୱରର ୨ ବର୍ଷିୟ ଝିଅ ଓ ଜଣେ ୩୨ ବର୍ଷୀୟ ଯୁବକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେପଟେ ବାଲେଶ୍ୱରରେ ଚିହ୍ନଟ ହୋଇଥିବା ଦୁଇ ବର୍ଷର ଶିଶୁ କନ୍ୟା ନୀଳଗିରି ସବଡିଭିଜନର ଧରମପୁର ପଞ୍ଚାୟତର ବାଂଶପାଳ ବୋଲି ବାଲେଶ୍ୱର ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ଏତେ ଛୋଟ ଝିଅ କେମିତି ଓ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହେଲେ ସେସବୁର କଂଟାକ୍ଟ ଟ୍ରେସିଂ କରୁଛି ଜିଲ୍ଲାପ୍ରଶାସନ ।

Leave A Reply

Your email address will not be published.