ଯାଜପୁର: ଭଦ୍ରକରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁର ସଠିପୁର ଅଂଚଳର ୬ ଜଣ ସଂସ୍ପର୍ଶରେ ଆସିଛନ୍ତି । ଏନେଇ ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୂଚନା ମୁତାବକ କଲିକତାକୁ କିଛି ଲୋକ ମାରୁତି ଓମନି ଗାଡିରେ ଗତ ମାସ ୨୯ ତାରିଖରେ କଲିକତାରୁ ବାହାରି ୩୦ ତାରିଖରେ ଓଡିଶାରେ ପହଂଚିଥିଲେ । ସେହି ଗାଡିରେ ଯାଜପୁର ଜିଲାର ୬ ଜଣ ଆସିଥିଲେ ।
ସେମାନଙ୍କ ମଧ୍ୟରୁ କେତେକ ଷଠିପୁରରେ ଓହ୍ଲାଇ ଥାଇପାରନ୍ତି । ସେହି ଗାଡିରେ ଆସିଥିବା ଲୋକଙ୍କ ମଧ୍ୟରେ ଭଦ୍ରକ ଜିଲାର ଜଣେ ବ୍ୟକ୍ତି ଏବେ କୋରୋନା ପଜିଟିଭ ଭାବେ ଚିହ୍ନଟ ହେବା ପରେ ଯାଜପୁର ଜିଲା ପ୍ରଶାସନର ଚିନ୍ତା ବଢ଼ି ଯାଇଛି ।
ସେଥିପାଇଁ ଯଦି କୌଣସି ବ୍ୟକ୍ତି ୩୦ ତାରିଖ ସକାଳ ପର ଠାରୁ ସଠିପୁର କିମ୍ବା ଯାଜପୁର ଜିଲାରେ ପହଂଚିଥାନ୍ତି ତା ହେଲେ ତୁରନ୍ତ ପ୍ରଶାସନକୁ ଜଣାଇବା ସହିତ ନିଜେ କ୍ୱାରେଣ୍ଟାଇନରେ ରହିବାକୁ ଯାଜପୁର ଜିଲାପାଳ ନିବେଦନ କରିଛନ୍ତି । ସଂପୃକ୍ତ ୬ ଜଣ ବ୍ୟକ୍ତିଙ୍କ ସଂପୂର୍ଣ୍ଣ ସୂଚନା ନଥିବାରୁ ଜିଲ୍ଲାପାଳ ଗଣମାଧ୍ୟମ ଓ ସାଧାରଣ ଲୋକଙ୍କ ସହାୟତା ଲୋଡିଛନ୍ତି ।
BREAKING NEWS
- ସ୍କ୍ରବ୍ ଟାଇଫସ୍ରେ ୧୧ ବର୍ଷୀୟ ବାଳକଙ୍କ ମୃତ୍ୟୁ
- ନିୟମ ବାହାରେ ଔଷଧ ସେବନ, ୨ଟି ମ୍ୟାଚ୍ରୁ ବାହାରିଲେ ସିମର ସ୍କଟ୍
- Missing Girl:ନିଖୋଜ ନାବାଳିକାଙ୍କ ମୃତଦେହ ଉଦ୍ଧାର;ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
- ନିଖୋଜ ପ୍ରେମୀ ଯୁଗଳଙ୍କ ଗଳିତ ଝୁଲନ୍ତା ମୃତଦେହ ଉଦ୍ଧାର
- ‘Protests Achieve Nothing’: ବିରୋଧୀଙ୍କୁ ଶାହାଙ୍କ ସମାଲୋଚନା
- Ranbir Kapoor Apologise: କାହିଁକି ଦଶହରା ମଞ୍ଚରେ ଭୁଲ୍ ମାଗିଲେ ରଣବୀର କପୂର?
- ଦୁର୍ଗା ପୂଜା ବିସର୍ଜନ ଦେଖିବାକୁ ଯାଇ ବୁଡ଼ିଗଲେ; ଜଣେ ମୃତ, ୨ ନିଖୋଜ
- Rahul Gandhi’s Vietnam visit: “ମୁଁ କୌଣସି ଟ୍ରାଭେଲ୍ ଏଜେଣ୍ଟ ନୁହେଁ”: ରାହୁଲଙ୍କ ଭିଏତନାମ ଗସ୍ତ ଉପରେ ଥରୁରଙ୍କ ରୋକ୍ଠୋକ୍ ଜବାବ, ତେଜିଲା ବିଜେପି-କଂଗ୍ରେସ ବାକ୍ଯୁଦ୍ଧ…
- ଦାଉଦର ଡି-କମ୍ପାନୀ ଭାରତ ଭିତ୍ତିକ ନୁହେଁ, ଜାତିସଂଘରେ ପ୍ରତ୍ୟାଖ୍ୟାନ କଲା ଦେଶ
- ୨୨ ଜୁଆ ଆଡ୍ଡାରେ ଚଢ଼ାଉ: ୧୧୫ ଗିରଫ, ୨ ଲକ୍ଷରୁ ଅଧିକ ଟଙ୍କା ଜବତ

Comments are closed.