Latest Odisha News

BREAKING NEWS

ହୋମଗାର୍ଡ ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ରଖିବା ପାଇଁ ଭଦ୍ରକ ପୋଲିସ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସଚେତନତା ଜାରି

ଭଦ୍ରକ: ହୋମଗାର୍ଡ ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ରଖିବା ପାଇଁ ଭଦ୍ରକ ପୋଲିସ ପକ୍ଷରୁ ଦୃଢ଼ ପ୍ରତିଶ୍ରୁତି ଦିଆଯାଇଛି । ଭଦ୍ରକ ପୋଲିସ ଏହା ସ୍ପଷ୍ଟ କରୁଛି ଯେ ହୋମ ଗାର୍ଡ ନିଯୁକ୍ତି କେବଳ ସରକାରୀ ଏବଂ ବିଭାଗ ର ନିୟମ ଅନୁଯାୟୀ, ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହିତ କରାଯିବ ।

ଏନେଇ ସୋସିଆଲ ମିଡିଆ ଏକ୍ସ ରେ ପୋଷ୍ଟ କରି ଭଦ୍ରକ ପୋଲିସ ପକ୍ଷରୁ ଲେଖାଯାଇଛି ଯେ, କୌଣସି ଦଲାଲ ଚୟନ ପ୍ରକ୍ରିୟାକୁ ପ୍ରଭାବିତ କରିପାରିବେ ନାହିଁ । ଏହି ସନ୍ଦର୍ଭରେ କାହାକୁ ବି ଟଙ୍କା ଦିଅନ୍ତୁ ନାହିଁ । ଏହା ଏକ ପ୍ରକାର ଠକେଇ ଏବଂ ଏକ ଦଣ୍ଡନୀୟ ଅପରାଧ ବୋଲି ଜିଲ୍ଲା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଯିଏ ବି ଚାକିରି କରାଇଦେବା ନାଁରେ ଟଙ୍କା ମାଗନ୍ତି ତେବେ ତୁରନ୍ତ ନିକଟସ୍ଥ ଥାନା କିମ୍ବା ହେଲ୍ପ ଲାଇନ ନମ୍ବରରେ ଜଣାଇବାକୁ ପ୍ରାର୍ଥୀଙ୍କୁ ନିବେଦନ କରାଯାଇଛି । ଏନେଇ ଜିଲ୍ଲା ପୁଲିସ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରିକରାଯାଇଛି । ଫୋନ୍ ନମ୍ବର: 9438916370, 9437018644, 9438916604, 06784- 242035ରେ ଜଣାଇବାକୁ କୁହାଯାଇଛି ।

Comments are closed.