Latest Odisha News

ସାଇବର କ୍ରାଇମ ସନ୍ଦେହରେ ଚଢ଼ାଉ; ୨ ଅଟକ, ବିପୁଳ ସାମଗ୍ରୀ ଜବତ

ଭଦ୍ରକ: ସାଇବର କ୍ରାଇମ ସନ୍ଦେହରେ ଭଦ୍ରକ ପୋଲିସର ରେଡ଼୍ । ଘଟଣାସ୍ଥଳରୁ ବିପୁଳ ସିମ୍, ବ୍ୟାଙ୍କ ପାସବୁକ୍, ଏଟିଏମ୍ କାର୍ଡ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ । ଏହାସହ ବିଭିନ୍ନ ଗାଡ଼ିର ନମ୍ୱର ପ୍ଲେଟ ମଧ୍ୟ ଠାବ କରିଛି ପୋଲିସ । ତେବେ ଦୁଇ ଜଣ ପୋଲିସ ହାତରେ ଧରା ପଡିଥିବା ବେଳେ ଅନେକ ଯୁବକ ଫେରାର ହୋଇଯାଇଛନ୍ତି ।

ସୂଚନାଯୋଗ୍ୟ, ସାଇବର କ୍ରାଇମ ଚାଲୁଥିବା କୌଣସି ସୂତ୍ରରୁ ଖବରପାଇ ଆଜି ଭଦ୍ରକ ଟାଉନ ପୋଲିସ ସିଟି ଡିଏସପି ଅଂଶୁମାନ ଦ୍ବିବେଦୀଙ୍କ ନେତୃତ୍ଵରେ ଆଚାର୍ଯ୍ୟ ନଗର ଓ ଅନ୍ୟ ଏକ ଘର ଉପରେ ଚଢ଼ାଉ କରିଥିଲା । ଚଢାଉ ବେଳେ ବିପୁଳ ସିମ୍ କାର୍ଡ ସହ ବିପୁଳ ବ୍ୟାଙ୍କ୍ ପାସ ବୁକ୍ ସହିତ, ଷ୍ଟାମ୍ପ ଓ ଏଟିଏମ୍ କାର୍ଡ ଜବତ କରିଛି । ଏହାସହ ବିଭିନ୍ନ ଗାଡ଼ିର ନମ୍ୱର ପ୍ଲେଟ ମଧ୍ୟ ଠାବ କରିଛି ପୋଲିସ ।

ଏହି ଚଢ଼ାଉରେ ୨ ଜଣ ଅଟକ ଥିବା ବେଳେ ଏହି ଘଟଣାରେ ଅନେକ ଯୁବକ ସାମିଲ ଥିବା ପୋଲିସ ସନ୍ଦେହ କରୁଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ଘର ଗୁଡିକରେ ଅନେକ ଯୁବକ ରହୁଥିଲେ । ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

 

Comments are closed.