Latest Odisha News

ଦ୍ୱିତୀୟ ବିବାହ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେମିତି ଥିଲା ପ୍ରଥମ ସ୍ତ୍ରୀଙ୍କ ସହ ସମ୍ପର୍କ ?

ଚଣ୍ଡିଗଡ଼: ବାହା ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମନ୍ । ଆସନ୍ତାକାଲି ମନ୍ ଡକ୍ଟର ଗୁରପ୍ରୀତଙ୍କୁ ଦ୍ୱିତୀୟ ବିବାହ କରିବେ । ତେବେ ଆପଣଙ୍କ ମନରେ ନିହାତି ପ୍ରଶ୍ନ ଥିବ ଗୁରପ୍ରୀତ କିଏ ? ଯାହାକୁ ବିବାହ କରିବାକୁ ଯାଉଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ଗୁରପ୍ରୀତ କୌରଙ୍କୁ ଘର ଲୋକେ ଗୋପୀ ବୋଲି ଡାକନ୍ତି । ବିବାହ ପ୍ରସ୍ତୁତିକୁ ନେଇ ଗୁରପ୍ରୀତ ସପ୍ତାହେ ହେଲା ଚଣ୍ଡିଗଡ଼ରେ ଅଛନ୍ତି ।

ଭଗୱନ୍ତ ମନଙ୍କୁ ବାହା ହେବାକୁ ଯାଉଥିବା ଗୁରପ୍ରୀତ ପେଶାରେ ଡାକ୍ତର । ପ୍ରାୟ ଦେଢ଼ ବର୍ଷ ତଳେ ଗୁରପ୍ରୀତ ମନଙ୍କ ପରିବାର ସଂସ୍ପର୍ଶରେ ଆସିଥିଲେ । ଆଉ ମନ ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବା ପରେ ଗୁରପ୍ରୀତଙ୍କୁ ତାଙ୍କ ପରିବାର ସହ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା । ୨୦୧୫ରେ ଭଗୱନ୍ତ ମନ୍ ପ୍ରଥମ ପତ୍ନୀ ଇନ୍ଦରପ୍ରୀତ କୌରଙ୍କୁ ଛାଡ଼ପତ୍ର ଦେଇଥିବା ବେଳେ ଏବେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ।

ତେବେ ଛାଡ଼ପତ୍ର ବେଳେ ପ୍ରଥମ ପତ୍ନୀଙ୍କ ସର୍ତ୍ତ ଥିଲା ମନ୍ ରାଜନୀତି ଛାଡ଼ି କାଲିଫର୍ଣ୍ଣିଆ ଚାଲିଗଲେ ଇନ୍ଦରପ୍ରୀତ ଛାଡ଼ପତ୍ର ଦେବେ ନାହିଁ । ଅନ୍ୟପଟେ ରାଜନୀତି ଛାଡ଼ି ଭଗୱନ୍ତ ମନ୍ ବିଦେଶ ଯିବାକୁ ଚାହିଁ ନଥିଲେ । ତାଙ୍କ ଯୁକ୍ତି ଥିଲା ସେ ଲୋକଙ୍କ ବିଶ୍ୱାସ ଭାଙ୍ଗି ପାରିବେ ନାହିଁ । ଛାଡ଼ପତ୍ର ପରେ ଇନ୍ଦରପ୍ରୀତ ସହ୨ ଛୁଆ ଆମେରିକାରେ ରହୁଛନ୍ତି ।

ଏବେ ଛାଡ଼ପତ୍ରର ୭ ବର୍ଷ ପରେ ପୁଣି ଥରେ ଦ୍ୱିତୀୟ ଥର ବୈବାହିକ ଜୀବନ ଆରମ୍ଭ କରିବେ ମନ୍ । ରାଜନୀତିକୁ ଆସିବା ଆଗରୁ ଜଣେ କମେଡିଆନ୍ ଥିଲେ ମନ୍ । ଦୁଇ ଦୁଇଥର ଭଗୱନ୍ତ ମନ୍ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ।

Comments are closed.