Latest Odisha News

BREAKING NEWS

ଶାହାରୁଖଙ୍କ ଯବାନରେ ଭିଲେନ ହେବେ ବିଜୟ ସେତୁପତି !

ମୁମ୍ବାଇ: ବଲିଉଡ ଏବେ ସମ୍ପୂର୍ଣ୍ଣ ଭାବେ ଦକ୍ଷିଣ ଭାରତ ଶୈଳୀକୁ ଆପଣାଉଛି କହିଲେ ଭୁଲ ହେବନି । ଏପରିକି ବଲିଉଡର ସୁପରଷ୍ଟାର ମାନେ ସଫଳତା ପାଇଁ ଏହାର କାହାଣୀ, ନିର୍ଦ୍ଦେଶନା ଏବଂ ଅଭିନେତାଙ୍କ ଉପରେ ନିର୍ଭର କରିବା ଆରମ୍ଭ କରିଛନ୍ତି । ସୁପରଷ୍ଟାର ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଯବାନରେ ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତା ବିଜୟ ସେତୁପତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା କରିବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ବିଜୟ ଏହି ଫିଲ୍ମରେ ଭିଲେନ ରୋଲ କରିବେ । ଭାରତର ବ୍ୟସ୍ତବହୂଳ ଅଭିନେତା ଭାବେ ପରିଗଣିତ ବିଜୟ ଏଥିପାଇଁ ହଁ ମାରିଥିବା ଜଣାପଡିଛି । ତେବେ ଶୁଟିଂ ଡେଟ୍ସ ଚୂଡାନ୍ତ ହୋଇପାରି ନ ଥିବାରୁ ଅଫିସିଆଲ ଭାବେ ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇ ନାହିଁ ।

ଅଟଲୀଙ୍କ ଏହି ଫିଲ୍ମର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ମଧ୍ୟ ଦେବେ । ତାମିଲ, ତେଲୁଗୁ, ହିନ୍ଦୀ, ମାଲାୟମଲମ ଓ କନ୍ନଡ ଭାଷାରେ ଏହା ୨ ଜୁନ ୨୦୨୩ରେ ରିଲିଜ ହେବ । ଫିଲ୍ମରେ ଶାହାରୁଖଙ୍କ ସହ ନୟନତାରା, ସାନ୍ୟା ମାଲହୋତ୍ରା ମଧ୍ୟ ଅଭିନୟ କରୁଛନ୍ତି । ବିଜୟଙ୍କ ଏବେ ନିକଟରେ କମଳା ହାସନଙ୍କ ସହ ରିଲିଜ ହୋଇଥିବା ବିକ୍ରମ ଫିଲ୍ମର ସଫଳତାକୁ ମନଭରି ଉପଭୋଗ କରୁଛନ୍ତି ।

Leave A Reply

Your email address will not be published.