Latest Odisha News

ପଞ୍ଜାବ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆପ୍‌

ନୂଆଦିଲ୍ଲୀ: ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଏହାର ସିଏମ୍ ପ୍ରାର୍ଥୀ ଘୋଷଣା କରିଛି। ପଞ୍ଜାବରେ ଭଗୱନ୍ତ ମାନ ଦଳର ସିଏମ ପ୍ରାର୍ଥୀ ହେବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି।ଭଗୱନ୍ତ ମାନଙ୍କ ନାମ ଘୋଷଣା କରି ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ପଞ୍ଜାବର ଲୋକଙ୍କ ମତ ଆଧାରରେ ଆମେ ସିଏମ୍‌ର ବାଛିଛୁ।

ସେ କହିଛନ୍ତି, ଯେ ସିଏମ୍‌ ପ୍ରାର୍ଥୀ ପାଇଁ ଆମେ ଗତ ସପ୍ତାହରେ ଏକ ଫୋନ୍ ନମ୍ବର ଦେଇଥିଲୁ ଯାହାଦ୍ୱାରା ପଞ୍ଜାବର ତିନି କୋଟି ଲୋକଙ୍କ ମତାମତ ନିଆଯାଇପାରିବ। ଏଥିରେ ୨୧ ଲକ୍ଷ ୫୯ ହଜାରରୁ ଅଧିକ ଲୋକଙ୍କ ପ୍ରତିକ୍ରିୟା ମିଳିଛି ବୋଲି କେଜ୍ରିୱାଲ କହିଛନ୍ତି।

Comments are closed.