Latest Odisha News

BREAKING NEWS

ବିରାଟ୍ କୋହଲି କାହିଁକି ଛାଡିଥିଲେ ଟେଷ୍ଟ ଅଧିନାୟକ ପଦ ?

ଭୁବନେଶ୍ୱର: ନିକଟରେ ଭାରତୀୟ ଟେଷ୍ଟ କ୍ରିକେଟ୍ ଦଳର ଅଧିନାୟକ ପଦ ତ୍ୟାଗ କରିଥିଲେ ବିରାଟ୍ କୋହଲି । ସେବେଠୁ ଏପରି ନିଷ୍ପତ୍ତି ପଛରେ ଥିବା କାରଣ ଖୋଜିବାରେ ଲାଗିପଡିଛନ୍ତି କ୍ରିକେଟପ୍ରେମୀ ଓ ବିଶେଷଜ୍ଞ । ଏବେ ବି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ସେକ୍ରେଟାରୀ ଜୟ ଶାହ ଓ ରୋହିତ ଶର୍ମାଙ୍କ ସହ ବିରାଟଙ୍କର ମତଭେଦ ଥିବା ନେଇ ଚର୍ଚ୍ଚା ଜାରି ରହିଛି ।

ପୂର୍ବତନ ଭାରତୀୟ କ୍ରିକେଟର୍ ସଂଜୟ ମଂଜ୍ରେକରଙ୍କ ଅନୁଯାୟୀ, “ଦକ୍ଷିଣ ଆଫ୍ରିକା ଟେଷ୍ଟରେ ଭାରତ ପରାଜିତ ହେବା ପରେ ଅଧିନାୟକ ପଦକୁ ବିପଦ ଥିବା କୋହଲି ଆଭାସ୍ ପାଇଥିଲେ । ଖାସ ଏହି କାରଣରୁ ସେ ପ୍ରଥମେ ନିଜ ଆଡୁ ଅଧିନାୟକ ପଦ ତ୍ୟାଗ କରିବାକୁ ଘୋଷଣା କରିଥିଲେ । କିଛି ମାସ ପୂର୍ବରୁ ତାଙ୍କ ଇଛା ବିରୋଧରେ କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଯାଇଥିଲା ।
ତେବେ ଟେଷ୍ଟ ଦଳରେ ଅଧିନାୟକ ପଦକୁ ନେଇ ସେ ପୁନର୍ବାର ଅପମାନିତ ହେବାକୁ ଚାହିଁନଥିଲେ ।

ଇଏସ୍‌ପିଏନ୍ କ୍ରିକ୍‌ଇନ୍‌ଫୋ ୟୁଟ୍ୟୁବ ଚ୍ୟାନେଲରେ ଏକ ସାକ୍ଷାତକାରରେ ମଂଜ୍ରେକର କହିଥିଲେ, କୋହଲି ଅପ୍ରତିଦ୍ୱନ୍ଦୀ ଅଧିନାୟକ ହେବାକୁ ଚାହିଁଥିଲେ । ଯେତେବେଳେ ସେ ନିଜ ଅଧିନାୟକ ପଦ ପାଇଁ ବିପଦ ଦେଖିଥିଲେ, ସେହି କ୍ଷଣରେ ସେ ତୁରନ୍ତ ନିଷ୍ପତ୍ତି ନେବାକୁ ପଛଘୁଂଚା ଦେଇନଥିଲେ । ଅନୀଲ କୁମ୍ବଲେଙ୍କ ସମୟରେ କୋହଲି ଏତେଟା ସହଜସାଧ୍ୟ ମନେ କରୁନଥିଲେ । ହେଲେ ରବି ଶାସ୍ତ୍ରୀଙ୍କ ସମୟରେ ସପୋର୍ଟ ଷ୍ଟାଫ୍‌ଙ୍କ କୋହଲି ବେଶ କିଛି ବର୍ଷ ନିଜ ଅଧିନାୟକ ଭୂମିକାକୁ ଉପଭୋଗ କରିଥିଲେ । ତେବେ ନୂଆ କୋଚ୍ ରାହୁଲ ଦ୍ରାବିଡ କିନ୍ତୁ ରବି ଶାସ୍ତ୍ରୀ ନୁହଁନ୍ତି ।

ରବି ଶାସ୍ତ୍ରୀଙ୍କ ପରେ ଭାରତୀୟ ଦଳରେ ସମାନ ସ୍ଥିତି ନାହିଁ । କୋହଲିଙ୍କୁ ତାଙ୍କ ଇଛା ବିରୋଧରେ ଦିନିକିଆ ଦଳ ଅଧିନାୟକ ପଦରୁ ହଟାଯାଇଥିବା ନେଇ ଅନେକ ବିଶେଷଜ୍ଞ ମତ୍ତ ଦିଅନ୍ତି । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ୍ ସିରିଜ୍ ଚୁଡାନ୍ତ ପର୍ଯ୍ୟାୟରେ ଥିବାରୁ କୋହଲି ତତ୍କାଳୀନ ସମୟରେ ଅଧିନାୟକ ପଦକୁ ତ୍ୟାଗ କରିନଥିଲେ । ବରଂ ସିରିଜ୍ ପରେ ଏପରି ନିଷ୍ପତ୍ତି ନେବାକୁ ସ୍ଥିର କରିଥିଲେ ।

Comments are closed, but trackbacks and pingbacks are open.