Latest Odisha News

ଜୟପୁରରେ ସାଧାରଣତନ୍ତ୍ର ଦିବସ ନେଇ ପ୍ରସ୍ତୁତି ବୈଠକ

କୋରାପୁଟ: ଜୟପୁରରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉପଜିଲ୍ଲାପାଳ ଦେବବର ପ୍ରଧାନଙ୍କ ସଭାପତିତ୍ୱରେ ଏହି ବୈଠକ ଆୟୋଜିତ ହୋଇଥିଲା ।ଏହି ବୈଠକରେ ଆସନ୍ତା ସାଧାରଣତନ୍ତ୍ର ଦିବସ  ଦଶହରା ପଡିଆରେ କରବା ନେଇ ସ୍ଥିର ହୋଇଥିଲା ।

ସରକାରୀ ଏବଂ ବେସରକାରୀ କାର୍ଯ୍ୟକ୍ରମ ପାଇଁ ଏକ ବଡ ପଡିଆରେ ଆବଶ୍ୟକ ଥିବାରୁ ଜମି ଚିହ୍ନଟ କରିବାକୁ ସ୍ଥିର ହୋଇଥିଲା ।ଉପଜିଲ୍ଲାପାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଅରୁପ ଅଭିଷେକ ବେହେରା, ତହସିଲଦାର ପ୍ରଧାନ ତୁଲ୍ଲୀ ଆମା, ଅତିରିକ୍ତ ତହସିଲଦାର ଅଶ୍ୱିନୀ ମହାପାତ୍ର, ଆଇଆଇସି ସଂଜୟ କୁମାର ମଣ୍ଡଳ, ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଯଶୋଦା ଗାଦବା, ପୀତବାସ ବିଶ୍ୱାଳ, ଫାୟାର ଅଫିସର କୁନୁ ନାୟକ, ସନ୍ତୋଷ ସାହୁ, ସୁବାସିନୀ କରସୁଧା ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।

 

Comments are closed, but trackbacks and pingbacks are open.