Latest Odisha News

ପିସିସି ସଭାପତି ଭାବେ ଦାୟିତ୍ବ ନେବେ ଭକ୍ତଚରଣ ଦାସ, ସରିଲା ୩ ଦିନିଆ ସଂକଳ୍ପ ଯାତ୍ରା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ନୂଆ ମୁଖିଆ ଭାବେ ଆଜି ବିଧିବଦ୍ଧ ଭାବେ ଦାୟିତ୍ବ ନେବେ ଭକ୍ତଚରଣ ଦାସ। କଂଗ୍ରେସ କାର୍ୟ୍ୟାଳୟ ଆସି ଦାୟିତ୍ବ ଗ୍ରହଣ କରିବେ। ଖଡଗେ ଭକ୍ତ ଚରଣଙ୍କ ନାମରେ ମୋହର ମାରିଛନ୍ତି। ଗୁରୁବାର କଂଗ୍ରେସ ସଭାପତିଙ୍କ ୩ ଦିନିଆ ସଂକଳ୍ପ ପଦଯାତ୍ରା ଶେଷ ହୋଇଛି। ଭୁବନେଶ୍ବରରୁ ଆରମ୍ଭ ହୋଇଥିବା ଏହି ସଂକଳ୍ପ ଯାତ୍ରା ସାକ୍ଷୀଗୋପାଳ ମନ୍ଦିରରେ ସରିଛି।

ଭୁବନେଶ୍ୱରରୁ ପୁରୀ ୩ ଦିନିଆ ପଦଯାତ୍ରା ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଶେଷରେ ପ୍ରଭୁ ସାକ୍ଷୀଗୋପୀନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇ ଭୁବନେଶ୍ୱର ଅଭିମୁଖେ ଫେରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଏହି ସଂକଳ୍ପ ପଦ ଯାତ୍ରା ଜରିଆରେ ସାରା ରାଜ୍ୟକୁ ଏକ ସନ୍ଦେଶ ପହଂଚାଇ ପାରିଛି କଂଗ୍ରେସ । ରାଜ୍ୟ କଂଗ୍ରେସ ରାଜ୍ୟର ହିତ ପାଇଁ ଏକ ବିପ୍ଲବୀ ବାତାବରଣ ସୃଷ୍ଟି କରିବ ବୋଲି ଆଶା ରଖିଛନ୍ତି କଂଗ୍ରେସ ମୁଖିଆ।

ଭକ୍ତ ଦାସ ୩ଥରର କଳାହାଣ୍ଡି ସାଂସଦ ରହି ସାରିଛନ୍ତି। ୧୯୮୫ ମସିହାରେ ଭକ୍ତ ଦାସ ଭବାନୀପାଟଣାରୁ ଭକ୍ତ ଦାସ ବିଧାୟକ ଥିଲେ।୧୯୮୯ ମସିହାରେ ସେ କଳାହାଣ୍ଡି ଆସନରୁ ଜନତା ଦଳ ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୬ରେ ସେ ସମତା ପାର୍ଟି ଟିକେଟରେ ପୁଣି ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୯ ମସିହାରେ ସେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ଯାପର ମନ୍ତ୍ରୀ ଥିଲେ। ଆହୁରି ମଧ୍ଯ ସେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଭାବରେ ମଧ୍ଯ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି।

Comments are closed.