Latest Odisha News

ମୟୂରଭଞ୍ଜକୁ କେନ୍ଦ୍ର ଶାସିତ ଅଞ୍ଚଳ ଦାବି ନେଇ ଭଞ୍ଜସେନାର ବିକ୍ଷୋଭ

ମୟୂରଭଞ୍ଜ ଜିଲ୍ଲା ବାରମ୍ବାର ଅବହେଳାର ଶିକାର ହେଉଥିବା ଅଭିଯୋଗ ଆଣିଛି ଭଞ୍ଜସେନା

ମୟୂରଭଞ୍ଜ : ମୟୂରଭଞ୍ଜକୁ କେନ୍ଦ୍ର ଶାସିତ ଅଞ୍ଚଳ ଦାବି ନେଇ ଭଞ୍ଜସେନାର ବିକ୍ଷୋଭ । ଏନେଇ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ ଏବଂ ଓଡିଶାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଆଜି ଭଞ୍ଜସେନା ତରଫରୁ ଏକ ଦାବିପତ୍ର ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଜରିଆରେ ଉପଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ଦିଆଯାଇଛି ।ଭଞ୍ଜସେନା ସଭାପତିଙ୍କ ନେତ୍ୱତ୍ୱରେ ଏହି ଦାବି ପତ୍ର ପ୍ରଦାନ କରାଯାଇଥିଲା ।

ଦେଶର ବିଭିନ୍ନ ଅଞ୍ଚଳରେ ବିକାଶ ହେଉଥିବା ବେଳେ ମୟୂରଭଞ୍ଜ ଆଜି ବି ଅନଗ୍ରସରତାର ଛାଇ ତଳେ ରହିଛି ।ସ୍ୱାଧିନତାର ୭୪ ବର୍ଷ ଅତିକ୍ରମ କରିସାରିବା ପରେ ମଧ୍ୟ ଶିକ୍ଷା, ଗମନାଗମନ, କୃଷି , ପର୍ଯ୍ୟଟନସ୍ଥଳୀ , ଜଳସେଚନ, ଖଣିଜ ଭିତ୍ତିକ ବୃହତ ଶିଳ୍ପ ପ୍ରତିଷ୍ଠା, ବାଣିଜ୍ୟ ବ୍ୟବସାୟ , ଶିଳ୍ପ ଆଦି କ୍ଷେତ୍ରରେ ମୟୂରଭଞ୍ଜର ସ୍ଥାନ ସର୍ବଶେଷରେ ରହିଛି ।

ମୟୂରଭଞ୍ଜ ମିଶ୍ରଣ ପରଠାରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ମୟୂରଭଞ୍ଜ ଜିଲ୍ଲା ବାରମ୍ବାର ଅବହେଳାର ଶିକାର ହେଉଥିବା ଅଭିଯୋଗ ଆଣିଛି ଭଞ୍ଜସେନା । ଯାହା ଫଳରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭଞ୍ଜସେନା ବିକ୍ଷୋଭ ପ୍ରଦର୍ଶନ କରିଛିା

Comments are closed.