Latest Odisha News

BREAKING NEWS

ଭାରତ ବନ୍ଦ: ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ଗୁଜବ

ଭୁବନେଶ୍ୱର: କେନ୍ଦ୍ର ଟ୍ରେଡ଼ ୟୁନିଅନ ଆସନ୍ତା ଜାନୁଆରୀ ୮ ତାରିଖରେ ଦେଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇଛି ଶାସକ ଦଳ ବିଜେଡି ।

ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂହ ଏହାର ସମର୍ଥନ ଜଣାଇ ମଙ୍ଗଳବାର ଦିନ କହିଛନ୍ତି ଯେ, “ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରଦାମ ବୃଦ୍ଧି, ବେରୋଜଗାରୀ ଆଦି କ୍ଷେତ୍ରରେ କେନ୍ଦ୍ରର ଅସାମର୍ଥ୍ୟତା ଦର୍ଶାଇ ଆମ ଦଳ ଏହି ଭାରତ ବନ୍ଦକୁ ସମର୍ଥନ କରିବ । କେନ୍ଦ୍ରର ‘ ସବକା ସାଥ ସବକା ବିକାଶ’ ର ନାରା ବର୍ତ୍ତମାନ ସମସ୍ତଙ୍କ ବିନାଶରେ ପରିବର୍ତ୍ତନ ହୋଇଥିବା” ମନ୍ତ୍ରୀ କହିଛନ୍ତି ।

ଏହି ଭାରତ ବନ୍ଦକୁ ଶାସକ ଦଳ ସମର୍ଥନ କରୁଥିବା ଯୋଗୁଁ ବୁଧବାର ଦିନ ରାଜ୍ୟରେ ଶିକ୍ଷାନୁଷ୍ଠାନ ତଥା କାର୍ଯ୍ୟାଳୟ ଗୁଡିକ ବନ୍ଦ ରହିବା ନେଇ ଅନୁମାନ କରାଯାଉଛି ।

ଏହାଛଡା ପୂର୍ବବର୍ଷର ଏକ ସରକାରୀ ନୋଟିସ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯେଉଁଥିରେ ସମାନ ତାରିଖରେ ସଶିକ୍ଷାନୁଷ୍ଠାନ ଗୁଡିକୁ ସରକାର ଛୁଟି ଘୋଷଣା କରିଥିବା ଉଲ୍ଲେଖ ରହିଛି । ଯାହାକି ସାଧାରଣରେ ଭ୍ରମ ସୃଷ୍ଟି କରିଛି ।

ତେବେ ଭାରତ ବନ୍ଦ ଦିନ ଓଡ଼ିଶାରେ ସ୍କୁଲ କଲେଜ ଗୁଡିକୁ ବନ୍ଦ କରିବା ନେଇ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଜାରି ହୋଇନଥିବା ସରକାରୀ ଅଧିକାରୀ ମାନେ ସ୍ପଷ୍ଟ କରିଛନ୍ତି। ଏ ସମ୍ବନ୍ଧରେ ଅତିଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି ।

ଅନ୍ୟପଟେ ଏହି ପୁରୁଣା ନୋଟିସ ଆଧାରରେ ରାଜଧାନୀର୍ କେତେକ ଶିକ୍ଷାନୁଷ୍ଠାନ ଗୁଡିକରେ ବୁଧବାର ଦିନ ଛୁଟି ଘୋଷଣା କରାଯାଇଛି ।

Leave A Reply

Your email address will not be published.