Latest Odisha News

BREAKING NEWS

ଜେଏନୟୁ ଆକ୍ରମଣ: ଛାତ୍ର ସଂସଦ ସଭାପତିଙ୍କ ନାମରେ ଏତଲା

ନୂଆଦିଲ୍ଲୀ: ଜବାହାରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ) କ୍ୟାମ୍ପସରେ କିଛିଦିନ ତଳେ ଛାତ୍ରଛାତ୍ରୀମାନଙ୍କ ଉପରେ ହୋଇଥିବା ଆକ୍ରମଣରେ ଆହତ ହୋଇଥିବା ଛାତ୍ର ସଂସଦ ସଭାପତି ଆଈଶି ଘୋଷଙ୍କ ନାମରେ ମଙ୍ଗଳବାର ଦିନ ପୋଲିସ ଏତଲା ଦାଏର କରିଛି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ପୋଲିସ ଆଈଶିଙ୍କ ସମେତ ପାଖାପାଖି ୧୯ ଜଣଙ୍କ ନାମରେ ମଧ୍ୟ ପୋଲିସ ଏଫଆଇଆର ରୁଜୁ କରିଛି । ପୂର୍ବରୁ ଜେଏନୟୁ କର୍ତ୍ତୃପକ୍ଷ ସେମାନଙ୍କ ବିରୋଧରେ ସର୍ଭର ରୁମ୍ ଭଙ୍ଗାରୁଜା ଘଟଣାରେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ ।

 

ତେବେ ଆକ୍ରମଣକାରୀ ମାନଙ୍କୁ ଚିହ୍ନଟ କରାଯାଇଥିଲେ ମଧ୍ୟ ଏଯାବତ୍ ସେମାନଙ୍କ ବିରୋଧରେ ପୋଲିସ ପକ୍ଷରୁ କୌଣସି ପ୍ରକାର ଆକ୍ସନ ନିଆଯାଇନଥିବା ନେଇ ସୁତ୍ରରୁ ପ୍ରକାଶ ।

ଉଲ୍ଲେଖଯୋଗ୍ୟ, ଗତ ଜାନୁଆରୀ ୫ ତାରିଖରେ ଜବାହାରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କ୍ୟାମ୍ପସରେ ରବିବାର ରାତିରେ ମାରଣାସ୍ତ୍ର ସହିତ କିଛି ଦୁର୍ବୃତ୍ତ କିଛି ଛାତ୍ରଙ୍କ ସମେତ ଅଧ୍ୟାପକମାନଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି । ଏହି ଘଟଣାକୁ ନେଇ ସାରା ଦେଶରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି ।

ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ୍ କରି ନିନ୍ଦା କରିଥିଲେ ।

Leave A Reply

Your email address will not be published.