Latest Odisha News

କୋରାପୁଟ ଗସ୍ତରେ ଯାଇ କନିଷ୍ଠ ଯନ୍ତ୍ରୀ ନିଖୋଜ

ଜୟପୁର: କୋରାପୁଟ ଜିଲ୍ଲା ହରଡାଗୁଡା ଗସ୍ତରେ ଯାଇ ଗ୍ରାମ୍ୟ ଜଳଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଏମ୍ ଭେଙ୍କଟ ରାଓ ନିଖୋଜ ହେବା ଘଟଣାରେ ପୋଲିସ ପକ୍ଷରୁ ଛାନଭିନ୍ନ ଆରମ୍ଭ ହୋଇଛି।

ପ୍ରାପ୍ତ ସୂଚନାନୁଯାୟୀ ବୋରିଗୁମ୍ମା ବ୍ଲକର ଆରଡବ୍ଲ୍ୟୁଏସଏସ୍ ଅଧିକାରୀଙ୍କ ଏକ ୫ ଜଣିଆ ଟିମ୍ ଗୋଟିଏ ନଳକୂପ ସ୍ଥାପନା କରିବା ଲାଗି ପାଇପର ଚୟନ ପାଇଁ ହରଡାପୁଟ ଗ୍ରାମକୁ ଯାଇଥିଲେ । ଉକ୍ତ ଗ୍ରାମରେ ଗସ୍ତରେ ଯାଇ ଫେରିବା ବେଳେ ସମ୍ପୃକ୍ତ ଯନ୍ତ୍ରୀ ଜଣକ ନିଖୋଜ ଥିବା ନେଇ ଅନ୍ୟମାନେ ଜାଣିପାରିଥିଲେ । ପରବର୍ତ୍ତୀ ସମୟରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ନମିଳିବାରୁ ବି. ସିଂହପୁର ଥାନାରେ ବିଭାଗ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା ।

ଅଭିଯୋଗ ଦାଏର ହେବାପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

ଗଣମାଧ୍ୟମକୁ ସୂଚନା ଦେଇ ଜୟପୁର ସଦର ଏସଡିପିଓ ହରେକୃଷ୍ଣ ମାଝି କହିଛନ୍ତି, ତାଙ୍କୁ ଖୋଜିବା ଲାଗି ମଙ୍ଗଳବାର ସକାଳୁ ପୋଲିସ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି ।

ଋିପୋର୍ଟ ଲେଖାହେବା ଯାଏଁ କନିଷ୍ଠ ଯନ୍ତ୍ରୀଙ୍କର କୌଣସି ସନ୍ଧାନ ମିଳିପାରିନାହିଁ ।

Leave A Reply

Your email address will not be published.