Latest Odisha News

BREAKING NEWS

‘ଭାରତ ବନ୍ଦ’ ଯୋଗୁଁ ରାଜଧାନୀରେ ଜୀବନଯାତ୍ରା ସମ୍ପୂର୍ଣ୍ଣ ବ୍ୟାହତ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଅତ୍ୟଧିକ ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ପାଳନ ଯୋଗୁଁ ସୋମବାର ସକାଳରୁ ଦୀର୍ଘ ୯ ଘଣ୍ଟା ଧରି ରାଜଧାନୀରେ ଜୀବନଯାତ୍ରା ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା ।

 

ରାଜଧାନୀରେ ଦୀର୍ଘ ୯ ଘଣ୍ଟା ଧରି ପ୍ରାୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ବିଦ୍ୟାଳୟ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଘରୋଇ ଯାନ ଚଳାଚଳ ଠପ୍ ହୋଇଯାଇଥିବାରୁ ଯାତ୍ରୀମାନେ ବସଷ୍ଟାଣ୍ଡ ଓ ରେଲୱେ ପ୍ଲାଟଫର୍ମରେ ଗାଡ଼ିକୁ ଅପେକ୍ଷା କରି ପଡ଼ିରହିଥିବାର ଲକ୍ଷ୍ୟ କରାଯାଇଛି ।

ଭୁବନେଶ୍ୱରରେ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ କଂଗ୍ରେସ ଭବନ ସମ୍ମୁଖରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦଙ୍କ ସହିତ ପ୍ରତିବାଦ କରି ବସି ରହିଥିଲେ ।

କଂଗ୍ରେସ କର୍ମୀମାନେ ରାଜଧାନୀର ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନ, ସତସଙ୍ଗବିହାର, ଆଚାର୍ଯ୍ୟବିହାର, ବାଣୀବିହାର ଓ ଚନ୍ଦ୍ରଶେଖରପୁର ପରି ସ୍ଥାନରେ ପିକେଟିଂ କରି ରାସ୍ତା ଅବରୋଧ କରିଥିଲେ ।

 

ସେହିପରି କଟକରେ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଯୋଗୁଁ ପ୍ରାୟ ସମସ୍ତ ସ୍କୁଲ, କଲେଜ ତଥା ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ ରହିଥିବା ଦେଖାଯାଇଥିଲା ।

ସକାଳ ୯ଟାରୁ ଦିନ ୩ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଥିଲା ।

Leave A Reply

Your email address will not be published.