Latest Odisha News

BREAKING NEWS

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ନୀତି ପ୍ରଶାସକ ଭାବେ ନିଯୁକ୍ତ ହେଲେ ବିଶ୍ୱଜିତ ବିଶ୍ୱାଳ

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ସ୍ତରରେ ସାମାନ୍ୟ ଅଦଳ ବଦଳ ହୋଇଛି । ସୋମବାର ଦିନ ରାଜ୍ୟ ସରକାର ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଶ୍ୱଜିତ ବିଶ୍ୱାଳଙ୍କୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ନୀତି ପ୍ରଶାସକ ଭାବେ ନିଯୁକ୍ତ କରିଛନ୍ତି ।

ପୂର୍ବରୁ ଏହି ପଦବୀରେ ରହିଥିବା ପ୍ରଦୀପ କୁମାର ଦାସ ସ୍ଥାନରେ ଶ୍ରୀ ବିଶ୍ୱାଳ ନିଯୁକ୍ତ ହୋଇଛନ୍ତି । ପ୍ରଦୀପ କୁମାର ଦାସଙ୍କୁ ଜଳସମ୍ପଦ ଉତ୍ସ ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି ।

ଏହାଛଡ଼ା, ରବୀନ୍ଦ୍ର୍ନାଥ ମିଶ୍ର କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡ଼ିଏ)ର ଉପାଧ୍ୟକ୍ଷ ଭାବେ ଅବସ୍ଥାପିତ ହୋଇଥିବା ବେଳେ ପ୍ରମୋଦ କୁମାର ପୃଷ୍ଟିଙ୍କୁ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି)ର ଡ଼େପୁଟି କମିଶନର ଭାବେ ଅବସ୍ଥାପିତ କରାଯାଇଛି । ଆଜି ବିଜ୍ଞପ୍ତି ମାଧ୍ୟମରେ ସାଧାରଣ ପ୍ରଶାସନ ବିଭାଗ ଜଣାଇଛନ୍ତି ।

Leave A Reply

Your email address will not be published.