Latest Odisha News

BREAKING NEWS

ଭାରତ ବନ୍ଦର ୨ୟ ଦିନ: ଜନଜୀବନ ବାଧାପ୍ରାପ୍ତ

ଭୁବନେଶ୍ୱର : ବିଭିନ୍ନ ଟ୍ରେଡ ୟୁନିୟନ୍ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାର ଆଜି ଦ୍ୱିତୀୟ ଦିନ। ଏହି ବନ୍ଦର ପ୍ରଭାବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି ।

କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ବିରୋଧରେ ସେମାନେ ଏହି ଆନ୍ଦୋଳନ କରୁଥିବା ବେଳେ ଏହି ୧୨ ଦଫା ଦାବି ନେଇ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଧର୍ମଘଟକୁ କେତେକ ରାଜନୈତିକ ଦଳ ମଧ୍ୟ ସମର୍ଥନ କରିଛନ୍ତି ।

ରାଜ୍ୟର ପ୍ରମୁଖ ସହରାଞ୍ଚଳରେ ଦୋକାନ ବଜାର ବନ୍ଦ ରହିଥିବାବେଳେ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ରହିଥିବା ନେଇ ସୂଚନା ମିଳିଛି ।

ଅନ୍ୟପକ୍ଷରେ ଭୁବନେଶ୍ୱରରେ ବନ୍ଦର ପ୍ରଭାବ ସାମାନ୍ୟ ରହିଥିବା ବେଳେ ସକାଳୁ ଗାଡ଼ି ଚଳାଚଳ ସ୍ୱାଭାବିକ ରହିଥିବା ନେଇ ସୁତ୍ରରୁ ପ୍ରକାଶ । କିନ୍ତୁ ଆନ୍ଦୋଳନକାରୀମାନେ ବାଲେଶ୍ୱର ଷ୍ଟେସନ ତଥା ଅନ୍ୟ କେତେକ ଷ୍ଟେସନରେ ରେଳରୋକ କରିଥିବା ଯୋଗୁଁ ଯାତ୍ରୀମାନେ ସାଧାରଣରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତେବେ ଭାରତ ବନ୍ଦର ଏହି ୨ୟ ଦିନରେ ମଧ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.