Latest Odisha News

BREAKING NEWS

କାଳିଆ ଯୋଜନା: ସମ୍ବଲପୁରୀ ଓ ଦେଶିଆ ଭାଷାରେ ଗ୍ରାମାଞ୍ଚଳର ଚାଷୀଙ୍କ ମଧ୍ୟରେ ସଚେତନତା

ଭୁବନେଶ୍ୱର: କୌଣସି ଯୋଜନାର ସଫଳ ରୂପାୟନ ପାଇଁ ସୂଚନା, ଶିକ୍ଷା ଓ ପ୍ରସାର ଇତ୍ୟାଦିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଅଛି । ବିଶେଷକରି ଚାଷୀମାନଙ୍କ ମଧ୍ୟରେ କାଳିଆ ଯୋଜନା ବିଷୟରେ ସଚେତନତା ସୃଷ୍ଟି ପରିବା ପାଇଁ ଜିଙ୍ଗଲସ୍ ଏବଂ ଭିଡ଼ିଓ ଇତ୍ୟାଦି ଆକାଶବାଣୀ କେନ୍ଦ୍ର, ଟେଲିଭିଜନ, ଭ୍ରାମ୍ୟମାଣ ଏଲ.ଇ.ଡି. ପରଦା ମାଧ୍ୟମରେ ପ୍ରସାରଣ ଓ ପ୍ରଦର୍ଶନ କରାଯାଉଅଛି । କାଳିଆ ଯୋଜନା ଉପରେ ଆଧାରିତ ଦୁଇଟି ଜିଙ୍ଗଲସ୍ ଏବଂ ଯୋଜନାରେ ସାମିଲ ହେବା ପାଇଁ ପ୍ରକ୍ରିୟାର ଭିଡ଼ିଓ ୧୪ଗୋଟି ଆକାଶବାଣୀ କେନ୍ଦ୍ର ମାଧ୍ୟମରେ ୬ଥର ପ୍ରସାରଣ କରାଯାଇଅଛି ।

ସେହିପରି ବିବିଧଭାରତୀ ଏବଂ ରେନ୍ବୋ ଏଫ୍.ଏମ୍. ଏବଂ ଘରୋଇ ଏଫ୍.ଏମ୍. ଚାନେଲ ଜରିଆରେ ଦେନିକ ୧୦ଥର ପ୍ରସାରଣ କରାଯାଇ ପ୍ରାୟ ୧ କୋଟି ଶ୍ରୋତାଙ୍କ ପାଖରେ ପହଞ୍ôଚ ପାରିଛି । ରେଡ଼ିଓ ବ୍ୟତୀତ କାଳିଆ ଯୋଜନା ଏବଂ ପ୍ରକ୍ରିୟା ଉପରେ ଆଧାରିତ ସୂଚନା ଶିକ୍ଷା ଓ ପ୍ରସାର ସମ୍ପର୍କୀୟ ଭିଡ଼ିଓ ୯ଟି ଟେଲିଭିଜନ ଚ୍ୟାନେଲ ଏବଂ ଦୂରଦର୍ଶନ କେନ୍ଦ୍ର ମାଧ୍ୟମରେ ରାଜ୍ୟର ଜନସଂଖ୍ୟାର ୮୦ ପ୍ରତିଶତଙ୍କ ପଖରେ ପହଞ୍ଚି ପାରିଛି । ଦୈନିକ ୨୦ଥର ଏହି ଚାନେଲମାନଙ୍କ ଦ୍ୱାରା ପ୍ରସାରଣ କରାଯାଇ ଗୋଟିଏ ଦିନରେ ୨୦୦ ଗୋଟି ଟିଭି କମରସିଆଲ ପ୍ରସାରଣ କରାଯାଉଛି । କାଳିଆ ଯୋଜନା ଉପରେ ଆଧାରିତ ଟିଭି ଓ ରେଡ଼ିଓ ପ୍ରସାରଣ ଦର୍ଶକମାନଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରିଥିବା ବେଳେ ଏହି ଯୋଜନାରେ ସାମିଲ ହେବା ପାଇଁ ପ୍ରକ୍ରିୟାର ଭିଡ଼ିଓ ଚାଷୀମାନଙ୍କୁ କିପରି ଭାବରେ ତାଙ୍କ ନାମ ଚିଠା ତାଲିକାରେ ପଞ୍ଜିକରଣ କରିପାରିବେ ସେ ବିଷୟରେ ସେମାନଙ୍କୁ ସଚେତନ କରିବାକୁ ସମର୍ଥ ହୋଇପାରିଛି ।

କାଳିଆ ଯୋଜନା ବିଷୟରେ ସୂଚନା, ଶିକ୍ଷା ଓ ପ୍ରସାରଣ ସହିତ ସମ୍ବଲପୁରୀ ଓ ଦେଶିଆ ଭାଷାରେ ପ୍ରସ୍ତୁତ ହୋଇଥିବା ଭିଡ଼ିଓ ଅଧିକରୁ ଅଧିକ ଚାଷୀଙ୍କୁ ଆକୃଷ୍ଟ କରି କାଳିଆ ଯୋଜନାରେ ସାମିଲ କରାଇବାରେ ସଫଳ ହୋଇପାରିଛି । ହଜାର ହଜାର ଚାଷୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଧାଡ଼ିରେ ଠିଆ ହୋଇ ସବୁଜ ଫର୍ମ ନେଇ କାଳିଆ ଯୋଜନାରେ ନିଜ ନାମ ପଞ୍ଜିକରଣ କରିବା ଦୃଶ୍ୟ ଦେଖିବାକୁ ମିଳୁଅଛି । ଗ୍ରାମପଞ୍ଚାୟତ ସ୍ତରରେ ଆୟୋଜିତ ହେବାକୁ ଥିବା ‘ପିଠା’ କାର୍ଯ୍ୟକ୍ରମରେ ଦୁଇଟି ଆଞ୍ଚଳିକ ଭାଷାରେ ପ୍ରସ୍ତୁତ ହୋଇଥିବା ‘କାଳିଆ ଯୋଜନା’ ପ୍ରଦର୍ଶିତ ହେବ ।

ରେଡ଼ିଓ ଏବଂ ଟିଭି ଚାନେଲ ବ୍ୟତୀତ ସାମାଜିକ ଗଣମାଧ୍ୟମ ଜରିଆରେ କାଳିଆ ଯୋଜନାକୁ ଲୋକାଭିମୁଖୀ କରିବା ପାଇଁ ଆଞ୍ଚଳିକ ଭାଷାରେ ପ୍ରସ୍ତୁତ ହୋଇଥିବା ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରାଯିବ ।

କାଳିଆ ବାର୍ତ୍ତା ସବିଶେଷ ତଥ୍ୟ:
‘କାଳିଆ’ ବାର୍ତ୍ତା ହେଉଛି ରାଜ୍ୟ ସରକାରଙ୍କର ‘କାଳିଆ ଯୋଜନା’ ସୂଚନା ସମ୍ବନ୍ଧୀୟ ଏକ ଅଭିନବ ସେବା, ଯାହାକି ନୂତନ ଭାବେ ଶୁଭାରମ୍ଭ କରାଯାଇ ଯୋଜନା ସଂପର୍କରେ କୃଷକମାନଙ୍କୁ ଅବଗତ କରାଇଥାଏ । ଆଜି ସୁଦ୍ଧା ଏହି ସୂଚନା ପ୍ରକ୍ରିୟାରେ ୧.୮୨ ଲକ୍ଷ କୃଷକ ଯୋଗଦାନ କରିପାରିଛନ୍ତି ।
‘କାଳିଆ’ ଯୋଜନା ବିଷୟରେ ଜାଣିବା ପାଇଁ ୧୪ ଲକ୍ଷ ୨୮ ହଜାରରୁ ଅଧିକ ଏସ୍.ଏମ୍.ଏସ୍. ଲୋକମାନଙ୍କୁ ପଠାଇ ଦିଆଯାଇଛି ଏବଂ ଆଜି ସୁଦ୍ଧା ୩ ଲକ୍ଷ ୫ ହଜାର ଲୋକ ‘କାଳିଆ ୱେବସାଇଟ୍’କୁ ବ୍ୟବହାର କରି ଏହି ଯୋଜନା ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିପାରିଛନ୍ତି ।

website www.kalia.co.in

Leave A Reply

Your email address will not be published.