Latest Odisha News

ସୁବର୍ଣ୍ଣପୁର ଜିଲ୍ଲାରେ ପଡ଼ିଛି ଭାରତ ବନ୍ଦ ପ୍ରଭାବ

ସୋନପୁର: କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ସହ ଅନ୍ୟ ୭ ଦଫା ଦାବିରେ କୃଷକ ମୋର୍ଚ୍ଚାର ଭାରତ ବନ୍ଦ ପ୍ରଭାବ ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଜିଲ୍ଲାର ବିଭିନ୍ନ କୃଷକ ସଂଗଠନ, ଟ୍ରେଡ୍ ୟୁନିଅନ ଓ କଂଗ୍ରେସ ଦଳ ପକ୍ଷରୁ ସହରରେ ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରିଥିଲେ ।

ମୁଖ୍ୟ ରାସ୍ତାଗୁଡିକୁ ଅବରୋଧ କରି ଗାଡିମୋଟର ଚଳାଚଳ ବନ୍ଦ କରିଥିଲେ । ଫଳରେ ଶହ ଶହ ଗାଡିମଟର ରାସ୍ତାରେ ଅଟକି ରହିଛି ଓ ଜିଲ୍ଲାର ୬ଟି ବ୍ଲକରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସୁବର୍ଣ୍ଣପୁର ଜିଲ୍ଲାରେ ବର୍ତ୍ତମାନ ଯାଏ ବନ୍ଦ ଶାନ୍ତିପୂର୍ଣ୍ଣ ରହିଛି ।

କୌଣସି ପ୍ରକାର ଅପ୍ରୀତିକର ଘଟଣାକୁ ଏଡାଇବା ପାଇଁ ଜିଲ୍ଲାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଅଛନ୍ତି । କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚଳାଇଛନ୍ତି ବିଭିନ୍ନ କୃଷକ ସଂଗଠନ । ଯାହାକୁ ସମର୍ଥନ କରିଛନ୍ତି କଂଗ୍ରେସ ଓ ବିଭିନ୍ନ ରାଜନୈତିକ ଦଳ ।

Leave A Reply

Your email address will not be published.