Latest Odisha News

BREAKING NEWS

୧୦ରେ ମୁକ୍ତିଲାଭ କରିବ ଆୟୁଷ୍ମାନଙ୍କ ‘ଚଣ୍ଡିଗଡ଼ କରେ ଆଶିକୀ’

ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାର ନିକଟରେ ଚଳଚ୍ଚିତ୍ର ପ୍ରେକ୍ଷାଳୟ ଖୋଲିବାକୁ ଅନୁମତି ଦେଇଛନ୍ତି। ଏହାରି ଭିତରେ ଅନେକ ବିଗ୍‌ ବଜେଟ୍‌ ମୁଭି ରିଲିଜ ଅପେକ୍ଷାରେ ରହିଛି। ନିର୍ମାତାମାନେ ରିଲିଜ ତାରିଖ ମଧ୍ୟ ପ୍ରକାଶ କରିସାରିଲେଣି।

ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଆଗାମୀ ଚଳଚ୍ଚିତ୍ର ‘ଚଣ୍ଡିଗଡ଼ କରେ ଆଶିକୀ’ ଡିସେମ୍ବର ୧୦, ୨୦୨୧ ରେ ବଡ ପରଦାରେ ଆସିବ ବୋଲି ନିଶ୍ଚିତ ହୋଇଛି। ଏଥିରେ ଆୟୁଷ୍ମାନ ଏବଂ ବାନି କପୁର ପ୍ରମୁଖ ଭୂମିକାରେ ନଜର ଆସିବେ।

ଏହି ଖବର ଟ୍ୱିଟରରେ ଚଳଚ୍ଚିତ୍ର ସମାଲୋଚକ ତଥା ବାଣିଜ୍ୟ ବିଶ୍ଳେଷକ ତରନ ଆଦର୍ଶ ସେୟାର କରିଛନ୍ତି।

ଇନଷ୍ଟାଗ୍ରାମରେ ଆୟୁଷ୍ମାନ ଲେଖିଛନ୍ତି ଯେ ବଡି ଦେଖ୍‌ଲୋ, ସକଲ ବାଦ୍‌ ମୈ ଦିଖା‌େୟେଙ୍ଗେ,
ଥିଏଟର ଖୁଲ୍ ଗୟୈ ହୈ, ଦିଲୋଁ ପେ ଫିର୍ ସେ ଛା ଯାୟେଙ୍ଗେ ..।

Leave A Reply

Your email address will not be published.