Latest Odisha News

BREAKING NEWS

ଭାରତ ବନ୍ଦରେ ପ୍ରଭାବିତ ଫୁଲବାଣୀ ,ଦୋକାନ ବଜାର ବନ୍ଦ

କନ୍ଧମାଳ : ଫୁଲବାଣୀରେ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ଆଜି ନବନିର୍ମାମ କୃଷକ ସଂଙ୍ଗଠନ ଓ ଜିଲ୍ଲା କଂଗ୍ରେସ ପକ୍ଷରୁ ଭାରତ ବନ୍ଦ କୁ ସମର୍ଥନ କରି କନ୍ଧମାଳ ଜିଲ୍ଲାକୁ ବନ୍ଦ କରିଦିଆଯାଇଛି ।ସକାଳୁ ସକାଳୁ ନବ ନିର୍ମାଣ କୃଷକ ମୋର୍ଚ୍ଚାର ସଦସ୍ୟ ଏବଂ ଜିଲ୍ଲା କଂଗ୍ରେସର କର୍ମ କର୍ତ୍ତାମାନେ ପିକେଟିଂ କରି ବନ୍ଦ କରିବା ଦେଖିବାକୁ ମିଳିଥିଲା।

ଦୋକାନ ବଜାର ଗାଡି ମଟର ଚଳାଚଳ ସମ୍ପୁର୍ଣ୍ଣ ଭାବେ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ନବ ନିର୍ମିତ କୃଷକ ସଂଘର ଆବାହକ ଚ।ଣକ୍ୟ କଂହରଙ୍କ ନେତୃତ୍ୱରେ ଶତାଧିଳ ମହିଳା ଓ ପୁରୁଷ ଓ ମହିଳା ଚାଷୀ ମଡିକୁଦ ଛକରେ ଏକତ୍ରୀତ ହୋଇ ସହର ପରିକ୍ରମା କରି କେନ୍ଦ୍ର ସରକାରଙ୍କ ଚାଷୀ ମାରଣା ୩ କଳା ଆଇନ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ।

ଅନ୍ୟପଟେ କଂଗ୍ରେସ ସଭାପତି ବସନ୍ତ ପାଢୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଏହି ବନ୍ଦରେ ସାମିଲ୍ ହୋଇଥିଲେ । ସକାଳ ୬ ରୁ ଅପରାହ୍ନ ୪ ଯାଏଁ ଏହି ବନ୍ଦ ପାଳନ ଚାଲିବ।

Leave A Reply

Your email address will not be published.