ବାଲେଶ୍ୱର: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ସଂଯୁକ୍ତ କିଷାମ ମୋର୍ଚ୍ଚା ଦେଇଥିବା ୧୦ ଘଣ୍ଟିଆ ଭାରତ ବନ୍ଦର ପ୍ରଭାବ ବାଲେଶ୍ୱରରେ ଦେଖିବାକୁ ମିଳିଛି । ପ୍ରଭାବିତ ହୋଇଛି ସାଧାରଣ ଜନଜୀବନ। ବାଲେଶ୍ୱରରେ ପ୍ରାୟ ୧୦ଟି କୃଷକ ସଂଗଠନ ସହ କଂଗ୍ରେସ ଦଳ ବନ୍ଦ ପାଳନକୁ ସମର୍ଥନ କରି ସକାଳେ ପ୍ରଥମେ ରେଳରୋକ କରିଥିଲେ । ପ୍ରଥମେ ବାଙ୍ଗିରିପୋଷି ଭୁବନେଶ୍ୱର ଏକ୍ସପ୍ରେସ ଟ୍ରେନ୍କୁ ଦୀର୍ଘ ସମୟ ଧରି ବାଲେଶ୍ୱର ଷ୍ଟେସନରେ ଅଟକାଇଥିଲେ ଆନ୍ଦୋଳନକାରୀ ।
ସେହିପରି ଜିଲ୍ଲାର ଅନ୍ୟାନ୍ୟ ଷ୍ଟେସନଗୁଡ଼ିକରେ ମଧ୍ୟ ଏକାଧିକ ଟ୍ରେନ୍ ଅଟକି ରହିବା ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପରେ କିଷାନ ମୋର୍ଚ୍ଚା ଓ କଂଗ୍ରେସ ଦଳର କର୍ମକର୍ତ୍ତା ସହରର ବିଭିନ୍ନ ସ୍ଥାନରେ ବିଭିନ୍ନ ଅଞ୍ଚଳ ବୁଲି ଦୋକାନ ବଜାର ବନ୍ଦ କରିଛନ୍ତି । କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ପ୍ରତ୍ୟାହାର କରିବା, ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଭଳି ବିଭିନ୍ନ ଦାବି ରଖିଛନ୍ତି ଆନ୍ଦୋଳନକାରୀ ।
ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପୋଲିସ ବହୁ ପଦକ୍ଷେପ ନେଇଛି । ବିଭିନ୍ନ ସରକାରୀ ଅଫିସ ସମେତ ସହରର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ଏକାଧିକ ପାଟ୍ରୋଲିଂ ଗାଡ଼ି ସହର ପରିକ୍ରମା କରୁଛି । ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ।
BREAKING NEWS
- ରାଜ୍ୟ ପରିବହନ ନିଗମର ୩ ଅଧିକାରୀଙ୍କ ଦରମା ବନ୍ଦ
- ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା, ଜାଣନ୍ତୁ କେଉଁମାନେ ପାଇବେ…
- ବାଲି ମାଫିଆଙ୍କ କବଜାରେ ବୈତରଣୀ ନଦୀ, ବିଭାଗୀୟ ତଦନ୍ତ କରାଯିବ କହିଲେ ଜିଲ୍ଲାପାଳ…
- ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ, କାଲିଠୁ ସ୍ଵାଭାବିକ ଓପିଡି ସେବା
- ଓଡିଶା, ଓଡ଼ିଆ ଆଉ ଓଡିଶୀର ଅଭୂତପୂର୍ବ ସଙ୍ଗମ ହେଉଛନ୍ତି ଗୁରୁଶ୍ରୀ କେଳୁଚରଣ- ମୁଖ୍ୟମନ୍ତ୍ରୀ
- ହୋମଗାର୍ଡ ନିଯୁକ୍ତିରେ ପାତର ଅନ୍ତର ଅଭିଯୋଗ ଆଣି ଭଦ୍ରକ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ
- ଜଳୁଛି ବରଫ ପାହାଡ଼…
- ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଅଷ୍ଟ୍ରେଲିଆ ସ୍ଥିତି ମଜଭୁତ
- ଓଡ଼ିଶାର ୩ କୋର୍ଟକୁ ବୋମା ଧମକ: ସମ୍ପୃକ୍ତ ଅପରାଧୀଙ୍କୁ ଖୋଜିବାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- ଜାନୁଆରି ୧୦ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଲୋକଭବନ ଉଦ୍ୟାନ
Comments are closed.