ବାଲେଶ୍ୱର: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ସଂଯୁକ୍ତ କିଷାମ ମୋର୍ଚ୍ଚା ଦେଇଥିବା ୧୦ ଘଣ୍ଟିଆ ଭାରତ ବନ୍ଦର ପ୍ରଭାବ ବାଲେଶ୍ୱରରେ ଦେଖିବାକୁ ମିଳିଛି । ପ୍ରଭାବିତ ହୋଇଛି ସାଧାରଣ ଜନଜୀବନ। ବାଲେଶ୍ୱରରେ ପ୍ରାୟ ୧୦ଟି କୃଷକ ସଂଗଠନ ସହ କଂଗ୍ରେସ ଦଳ ବନ୍ଦ ପାଳନକୁ ସମର୍ଥନ କରି ସକାଳେ ପ୍ରଥମେ ରେଳରୋକ କରିଥିଲେ । ପ୍ରଥମେ ବାଙ୍ଗିରିପୋଷି ଭୁବନେଶ୍ୱର ଏକ୍ସପ୍ରେସ ଟ୍ରେନ୍କୁ ଦୀର୍ଘ ସମୟ ଧରି ବାଲେଶ୍ୱର ଷ୍ଟେସନରେ ଅଟକାଇଥିଲେ ଆନ୍ଦୋଳନକାରୀ ।
ସେହିପରି ଜିଲ୍ଲାର ଅନ୍ୟାନ୍ୟ ଷ୍ଟେସନଗୁଡ଼ିକରେ ମଧ୍ୟ ଏକାଧିକ ଟ୍ରେନ୍ ଅଟକି ରହିବା ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପରେ କିଷାନ ମୋର୍ଚ୍ଚା ଓ କଂଗ୍ରେସ ଦଳର କର୍ମକର୍ତ୍ତା ସହରର ବିଭିନ୍ନ ସ୍ଥାନରେ ବିଭିନ୍ନ ଅଞ୍ଚଳ ବୁଲି ଦୋକାନ ବଜାର ବନ୍ଦ କରିଛନ୍ତି । କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ପ୍ରତ୍ୟାହାର କରିବା, ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଭଳି ବିଭିନ୍ନ ଦାବି ରଖିଛନ୍ତି ଆନ୍ଦୋଳନକାରୀ ।
ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପୋଲିସ ବହୁ ପଦକ୍ଷେପ ନେଇଛି । ବିଭିନ୍ନ ସରକାରୀ ଅଫିସ ସମେତ ସହରର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ଏକାଧିକ ପାଟ୍ରୋଲିଂ ଗାଡ଼ି ସହର ପରିକ୍ରମା କରୁଛି । ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ।
BREAKING NEWS
- ସମୁଦ୍ର ତଳେ ଷଡ଼ଯନ୍ତ୍ର, ଗାଏବ ହୋଇଯିବ ଇଣ୍ଟରନେଟ୍ !
- ରିଲ୍ସ କରିବା ହେଲା କାଳ, ପୋଲରୁ ନଦୀକୁ ଡେଇଁଲେ ଦୁଇ ଯୁବକ
- ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଅଶ୍ୱିନ୍ କାହିଁକି ଦେଲେ ସତର୍କବାଣୀ ?
- ଦୁଇରୁ ତିନି ବର୍ଷ ମଧ୍ୟରେ ଦୂର ହେବ ଅଗ୍ନିବୀରଙ୍କ ଅଭାବ
- ଏକଲବ୍ୟ ପୁରସ୍କାର-୨୦୨୬ ପାଇଁ ଦରଖାସ୍ତ ଆହ୍ୱାନ
- Iran US War: ନୌସେନା, ବାୟୁସେନା, ସମଗ୍ର ନେତୃତ୍ୱ…ସବୁ ଶେଷ, ଇରାନ ଉପରେ ବିଜୟ ଘୋଷଣା କଲେ ରାଷ୍ଟ୍ରପତି ଟ୍ରମ୍ପ
- ବାବ୍-ଅଲ୍-ମାଣ୍ଡେବ ପ୍ରଣାଳୀ ବନ୍ଦ ହେଲେ କେଉଁ ଜିନିଷର ଅଭାବ ରହିବ? ଭାରତକୁ କେତେ ପ୍ରଭାବିତ କରିବ..
- Customs Duty Exemption on Petrochemical: ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋକେମିକାଲ୍ ଉତ୍ପାଦ ଉପରୁ ସୀମା ଶୁଳ୍କ ଛାଡ଼
- ଚୌଦ୍ବାର ଜେଲରୁ ଫେରାର୍ ଦ୍ବିତୀୟ କଏଦୀ ଗିରଫ
- ସେୟାର୍ ବଜାର୍ ଖୋଲୁ ଖୋଲୁ ତଳକୁ ଖସିଲା ସେନସେକ୍ସ ଓ ନିଫ୍ଟି
Comments are closed.