Latest Odisha News

BREAKING NEWS

ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ; ଗମନାଗମନ ବାଧାପ୍ରାପ୍ତ

ଭୁବନେଶ୍ୱର: କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆଜି ଭାରତ ବନ୍ଦ ପାଳନ କରୁଛନ୍ତି ଦେଶର ଶତାଧିକ କୃଷକ ସଂଗଠନ । ଆଉ ଏହି ଭାରତ ବନ୍ଦ ପ୍ରତିବାଦକୁ କଂଗ୍ରେସ ସମେତ ୧୮ଟି ପ୍ରମୁଖ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ’ଭାରତ ବନ୍ଦ’ର ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବାମଦଳ ଗୁଡ଼ିକ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଏଥିସହିତ ବିଭିନ୍ନ ସ୍ଥାନରେ ପିକେଟିଂ ସହ ଟାୟାର ଜାଳି ରାସ୍ତାରୋକ ଜାରି ରହିଥିବା ଦେଖିବାକୁ ମିଳିଛି। ଆଜି ସକାଳ ୮ରୁ ଦିନ ୩ ଟା ଯାଏଁ ଏହି ବନ୍ଦ ବଳବତ୍ତର ରହିବା ନେଇ ସୂଚନା ରହିଛି।

ବାମଦଳଗୁଡ଼ିକ ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନରେ ବନ୍ଦ ପାଳନ କରାଯାଇଛି। ଷ୍ଟେସନରେ ବହୁ ଟ୍ରେନ ଅଟକି ରହିଛି।

ଏହାସହ ଅନେକ ସ୍ଥାନରେ ସିପିଆଇ(ଏମ୍‌) ପକ୍ଷରୁ ବନ୍ଦ ପାଳନ କରାଯାଇ ରାସ୍ତାରୋକ ଜାରି ରହିଛି। ଫଳରେ ରାଜପଥରେ ବହୁ ସଂଖ୍ୟାରେ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି।

ଆମ୍ବୁଲାନ୍ସ ଓ କୌଣସି ବାହାଘର ଗାଡ଼ିକୁ ଅଟକା ନଯାଇ ଶାନ୍ତିପୂର୍ଣ୍ଣ ଭାବରେ ଭାରତ ବନ୍ଦ ପାଳନ କରାଯିବ ବୋଲି ଦିଲ୍ଲୀ-ହରିୟାଣା ସିଙ୍ଘୁ ସୀମାରୁ ଚାଷୀ ନେତା ଦର୍ଶନ ପାଲ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ। କିନ୍ତୁ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଚକା‌ ଜାମ୍‌ ହେବ ବୋଲି ଜଣାଯାଇଛି।

Leave A Reply

Your email address will not be published.