Latest Odisha News

ଆଜିଠୁ ବ୍ରିଟେନରେ କରୋନା ଟିକାକରଣ, ଲୋକଙ୍କୁ ଦିଆଯିବ ଫାଇଜର୍ ଟିକା

ଲଣ୍ଡନ: ଆଜିଠୁ ବ୍ରିଟେନରେ ଆରମ୍ଭ ହେଉଛି କରୋନା ଟିକାରରଣ ଅଭିଯାନ । ଲୋକଙ୍କୁ ଦିଆଯିବ ଚଲସଚ୍ଛରr / ଈସକ୍ଟଘକ୍ଟଗ୍ଧରମଷ ଦ୍ୱାରା ଉତ୍ପାଦିତ ଟିକା । ଫାଇଜର ଟିକାକୁ ବ୍ୟବହାର କରୁଥିବା ପ୍ରଥମ ଦେଶ ହେବ ବ୍ରିଟେନ । ସରକାର କହିଛନ୍ତି, ଏହି ଟିକା ପ୍ରଥମେ ଡାକ୍ତରଖାନାରେ ଯୋଗାଇ ଦିଆଯିବ । ପରେ କ୍ଲିନିକଗୁଡ଼ିକରେ ଉପଲବ୍ଧ ହେବ ।

ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା (NHS) ଟିକାକରଣରେ ୮୦ ବର୍ଷରୁ ଅଧିକ ବୟସ୍କ, ସ୍ୱାସ୍ଥ୍ୟ କର୍ମୀ ଓ କରୋନାର ଅନ୍ୟ ଫ୍ରଣ୍ଟଲାଇନ ଓ୍ୱାର୍କର୍ସଙ୍କୁ ଅଧିକ ପ୍ରାଧାନ୍ୟ ଦେଉଛି । ବ୍ରିଟେନ ଗତ ସପ୍ତାହରେ ଚଲସଚ୍ଛରr/ ଈସକ୍ଟଘକ୍ଟଗ୍ଧରମଷ ଦ୍ୱାରା ଉତ୍ପାଦିତ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା ।
ଟିକା ବଣ୍ଟନରେ ସୁପରିଚାଳନା ପାଇଁ ଇଂଲଣ୍ଡରେ ୫୦ଟି ଡାକ୍ତରଖାନାକୁ ହବ୍ ଭାବରେ ମନୋନୀତ କରାଯାଇଛି । ସ୍କଟଲ୍ୟାଣ୍ଡ, ୱେଲ୍ସ ଏବଂ ଉତ୍ତର ଆୟର୍ଲାଣ୍ଡ ମଧ୍ୟ ଆଜିଠାରୁ ଡାକ୍ତରଖାନାରେ ଟିକାକରଣ ଅଭିଯାନ ଆରମ୍ଭ କରୁଛନ୍ତି ।

ଆସନ୍ତା ସପ୍ତାହରୁ ବ୍ରିଟେନରେ ପ୍ରାୟ ୮ ଲକ୍ଷ ଡୋଜ ଟିକା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । ତେବେ ସରକାର ଏପର୍ୟ୍ୟନ୍ତ ୪ କୋଟି ଟିକା ଡୋଜ ପାଇଁ ଅର୍ଡର କରିଛନ୍ତି । ଦୁଇ କୋଟି ଲୋକଙ୍କୁ ଟିକାକରଣରେ ଏହା ପର୍ୟ୍ୟାପ୍ତ ହେବ । ଯେଉଁମାନଙ୍କୁ ୨୧ ଦିନ ବ୍ୟବଧାନରେ ଦୁଇଟି ଡୋଜ ଟିକା ଦିଆଯିବ । ଟିକା ନେଉଥିବା ଲୋକଙ୍କୁ ସ୍ୱତନ୍ତ୍ର ଭାବରେ କାର୍ଡ ଦିଆଯିବ । ଯେଉଁଥିରେ ସେମାନଙ୍କ ନାଁ, ଠିକଣା ଓ ଟିକାର ବ୍ୟାଚ ନମ୍ବର ଉଲ୍ଲେଖ ରହିବ ।

Leave A Reply

Your email address will not be published.