ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଟିକା ପାଇଁ ‘ହୁ’ ଅନୁମୋଦନର ସମୟ ସୀମା ବୃଦ୍ଧି ପାଇବାରେ ଲାଗିଛି। ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ଏହାର ସ୍ବଦେଶୀ କରୋନା ଟିକା ‘କୋଭାକ୍ସିନ୍’ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ବହୁ ପ୍ରତୀକ୍ଷିତ ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ (EUA) କୁ ଅପେକ୍ଷା କରିଛି ଏବଂ ଅନୁମୋଦନର ସମୟ ସୀମା ମଧ୍ୟ ବଢି ବଢି ଯାଉଛି।
ଅନ୍ତର୍ଜାତୀୟ ଜନସ୍ୱାସ୍ଥ୍ୟ ସଂସ୍ଥା ଟିକା ପାଇଁ ଅନୁମୋଦନକୁ ପୁଣି ଥରେ ବିଳମ୍ବ କରିଛି। କିନ୍ତୁ ଆଶା କରାଯାଉଛି ଯେ ଅକ୍ଟୋବର ୫ ସୁଦ୍ଧା ଏହାକୁ ଅନୁମୋଦନକୁ ନେଇ ହୁ ନିଷ୍ପତ୍ତି ନେଇପାରେ।
ରିପୋର୍ଟ ଅନୁଯାୟୀ, କୋଭାକ୍ସିନ ଜରୁରୀକାଳୀନ ବ୍ୟବହାର ପାଇଁ ହୁ ର ଅନୁମୋଦନ ସଂପର୍କରେ ଅକ୍ଟୋବରରେ ଷ୍ଟ୍ରାଟେଜିକ୍ ଆଡଭାଇଜରୀ ଗ୍ରୁପ୍ ଅଫ୍ ଏକ୍ସପର୍ଟସ୍ (SAGE) ର ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଅକ୍ଟୋବର ୫ ରେ ଏହି ବୈଠକ ସ୍ଥିର କରାଯାଇଛି ଏବଂ ଆଶା କରାଯାଉଛି ଯେ ଏହି ବୈଠକରେ ଭାରତ ବାୟୋଟେକ୍ ର କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗ୍ରୀନ୍ ସିଗ୍ନାଲ ଦେଇପାରେ।
ଏହି ସମୟରେ, ଭାରତ ବାୟୋଟେକ ଶୁକ୍ରବାର ଦିନ କହିଛି ଯେ ଏହାର କୋଭିଡ-୧୯ ଟିକା ସମ୍ବନ୍ଧୀୟ ସମସ୍ତ ତଥ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପାଇଁ ଜରୁରୀକାଳୀନ ବ୍ୟବହାର ତାଲିକା (EUL) ରେ ଦାଖଲ କରିଛି ଏବଂ ବର୍ତ୍ତମାନ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନର ଚୂଡାନ୍ତ ମତାମତକୁ ଅପେକ୍ଷା କରିଛି।
Comments are closed.