Latest Odisha News

BREAKING NEWS

ହୀରାକୁଦକୁ କମିଛି ବନ୍ୟା ପାଣି ପ୍ରବେଶ, ମହାନଦୀରେ ଜଳସ୍ତର ସ୍ଥିର

ଭୁବନେଶ୍ୱର: ହୀରାକୁଦର ଜଳ ସ୍ତର କମୁଛି । ଉପରମୁଣ୍ଡରେ ବର୍ଷା କମିବା ପରେ ଜଳଭଣ୍ଡାରକୁ ଇନ-ଫ୍ଲୋ କମିଛି । ସକାଳ ୬ଟା ସୁଦ୍ଧା ଡ୍ୟାମରେ ଜଳପତ୍ତର ରହିଛି ୬୨୮.୨୯ ଫୁଟ । ୪ ଟି ଗେଟ୍ ବନ୍ଦ ପରେ ଏବେ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି ।

ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ୩ଲକ୍ଷ ୭୧ହଜାର ୨୬୪ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୪ଲକ୍ଷ ୯ହଜାର ୩୮୩ କ୍ୟୁସେକ୍‌ ଜଳ । ଆଗକୁ ଆହୁରି ଗେଟ୍ ବନ୍ଦ ହୋଇପାରେ । ସେପଟେ ହୀରାକୁଦକୁ ପାଣି ପ୍ରବେଶ କମିଥିବା ବେଳେ ମହାନଦୀରୁ ବିପଦ ଆଶଙ୍କା ବି ଟଳିଛି ।

ଗତକାଲି ରାତି ୧୧ଟା ପରଠାରୁ ମୁଣ୍ଡଳିରେ ଜଳସ୍ତର ସ୍ଥିର ରହିଛି । ହୀରାକୁଦର ବନ୍ୟା ଜଳ ମୁଣ୍ଡଳିରେ ପହଞ୍ଚି ସାରିଛି । ତଥାପି ଜଳସ୍ତର ସ୍ଥିର ରହିଛି । ସକାଳ ୬ ସୁଦ୍ଧା ମୁଣ୍ଡଳିରେ ୬ ଲକ୍ଷ ୬୯ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିଲା । ତେଣୁ ମହାନଦୀରେ ଏହି ନିମ୍ନ ମଧ୍ୟମ ଧରଣର ବନ୍ୟା ବିଶେଷ କ୍ଷୟକ୍ଷତି କରିବ ନାହିଁ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.