ହାଇଦ୍ରାବାଦ: ଭାରତରେ କରୋନା ସଂକ୍ରମଣ ବିରୋଧରେ ଯୁଦ୍ଧ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଟିକାକରଣ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି। ମାସ ଆରମ୍ଭରେ, ଭାରତ ବାୟୋଟେକ୍ ର କୋଭାକ୍ସାଇନ୍ ଏବଂ ସେରମ୍ କୋଭିଶିଲ୍ଡକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା। ୧୬ ଜାନୁଆରୀରୁ ଟିକାକରଣ ଆରମ୍ଭ ହୋଇଛି। ଏହି ସମୟରେ, ଭରତ ବାୟୋଟେକ୍ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛି ଯେଉଁଥିରେ କେଉଁମାନେ କମ୍ପାନୀର ଏହି କରୋନା ଭ୍ୟାକ୍ସିନ୍ ପାଇବା ଉଚିତ ନୁହେଁ ତାହା ଉଲ୍ଲେଖ କରାଯାଇଛି।
କରୋନା ଟିକା କୋଭାକ୍ସିନ୍ ଉପରେ ଥିବା ଭାରତ ବାୟୋଟେକ୍ ଜାରି କରିଥିବା ବିବୃତ୍ତିରେ ଗର୍ଭବତୀ କିମ୍ବା ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ଏହି ଟିକା ନ ନେବାକୁ ପରାମର୍ଶ ଦେଇଛି। ଏହା ବ୍ୟତୀତ ଆଲର୍ଜି, ଜ୍ୱର, ରକ୍ତସ୍ରାବ ଜନିତ ଲୋକଙ୍କୁ ଟିକା ନ ନେବାକୁ ପରାମର୍ଶ ଦିଆଯାଇଛି। ଏହାର ୱେବସାଇଟରେ ପୋଷ୍ଟ ହୋଇଥିବା ବିବୃତ୍ତିରେ ଟିକା ନିର୍ମାତା କହିଛନ୍ତି ଯେ ଟିକା ପରୀକ୍ଷା ତୃତୀୟ ପର୍ଯ୍ୟାୟରେ ଅଛି ଏବଂ ଏହାର ଫଳପ୍ରଦତା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରମାଣିତ ହୋଇନାହିଁ। ତୃତୀୟ ପର୍ଯ୍ୟାୟ ପାଇଁ କ୍ଲିନିକାଲ୍ ପରୀକ୍ଷା ତଥ୍ୟ ଚାଲିଛି। ଏହାଛଡ଼ା କମ୍ପାନୀ କହିଛି ଯେ କରୋନା ଟିକା ନେବା ପରେ ବି କରୋନା ଜନିତ ସତର୍କତା ଅବଲମ୍ବନ କରାଯିବା ଉଚିତ।