Latest Odisha News

BREAKING NEWS

କୋଭାକ୍ସିନ ଟିକା ୭୮% ପ୍ରଭାବୀ, ଡେଲଟା ଭାରିଆଣ୍ଟ ଉପରେ ୬୫.୨% କାମ କରୁଛି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଉପରେ ୭୮ ପ୍ରତିଶତ ପ୍ରଭାବୀ କୋଭାକ୍ସିନ ଟିକା । ତୃତୀୟ ପର୍ଯ୍ୟାୟ ଟ୍ରାଏଲରୁ ଏହି ତଥ୍ୟ ସାମନାକୁ ଆସିଛି । କରୋନା ଲକ୍ଷଣ ଥିବା ରୋଗୀଙ୍କ କ୍ଷେତ୍ରରେ କୋଭାକ୍ସିନ୍ ଟିକା ୭୭.୮ ପ୍ରତିଶତ ପ୍ରଭାବୀ । ସେହିପରି ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ଖତରନାକ୍ ଡେଲଟା ଭାରିଆଣ୍ଟ ବିରୋଧରେ ୬୫.୨ ପ୍ରତିଶତ ପ୍ରଭାବୀ କୋଭାକ୍ସିନ୍ ।

ଭାରତ ବାୟୋଟେକ୍ ପକ୍ଷରୁ ତୃତୀୟ ପର୍ୟ୍ୟାୟ ଟିକା ଟ୍ରାଏଲର ରେଜଲ୍ଟ ଜାରି ହୋଇଛି । ଗୁରୁତର ରୋଗୀଙ୍କ ଉପରେ ଏହା ୯୩.୪ ପ୍ରତିଶତ ପର୍ୟ୍ୟନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । ଏଥିସହ କରୋନାର ଡେଲ୍ଟା ଭାରିଆଣ୍ଟ ବିରୋଧରେ ୬୫.୨ ଯାଏ ପ୍ରଭାବଶାଳୀ ଅଟେ ।

ଏହାପୂର୍ବରୁ ଆମେରିକାର ସର୍ବୋଚ୍ଚ ସ୍ୱାସ୍ଥ୍ୟ ସଂଗଠନ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ସ ଅଫ୍ ହେଲଥ୍ (NIH) କହିଥିଲା, କୋଭାକ୍ସିନ୍ କେବଳ ଡେଲଟା ନୁହେଁ, ଅନ୍ୟ ଭାରିଆଣ୍ଟ ବିରୋଧରେ ବି ପ୍ରଭାବଶାଳୀ ଅଟେ ।

NIH କହିଥିଲା, କୋଭାକ୍ସିନ୍ ଡୋଜ୍ ନେଇଥିବା ଲୋକଙ୍କଠାରୁ ନିଆଯାଇଥିବା ରକ୍ତ ସେରମ୍ ଉପରେ ରିସର୍ଚ୍ଚରୁ ଜଣା ପଡ଼ିଛି ଯେ, କୋଭାକ୍ସିନ୍ ଟିକା ନେବା ପରେ ତିଆରି ଆଣ୍ଟିବଡ଼ି SARS-CoV-2 ର ଆଲଫା ଭାରିଆଣ୍ଟ ଓ ଡେଲଟା ଭାରିଆଣ୍ଟକୁ ନିଷ୍କ୍ରିୟ କରି ପାରୁଛି ।

Leave A Reply

Your email address will not be published.