Latest Odisha News

BREAKING NEWS

୮.୬୭ ଲକ୍ଷ ଟଙ୍କାର ବିଦ୍ୟୁତ ବିଲ୍‌ ଦେଇନାହାନ୍ତି ସିଦ୍ଧୁ

ନୂଆଦିଲ୍ଲୀ: ଗତକାଲି ପଞ୍ଜାବ‌ ତୀବ୍ର ବିଦ୍ୟୁତ ସଙ୍କଟର ସମ୍ମୁଖୀନ ହୋଇଥିଲା। ଏ ନେଇ ପଞ୍ଜାବର ପୂର୍ବତନ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ ଶୁକ୍ରବାର ଦିନ ବିଦ୍ୟୁତ ସଙ୍କଟର ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ।

ହେଲେ ନବଜୋତ ସିଂ ସିଦ୍ଧୁ ନିଜେ ଆଠ ମାସର ବିଦ୍ୟୁତ ବିଲ୍‌ ପୈଠ କରିନଥିବା ଅଭିଯୋଗ ହୋଇଛି। ଆଠ ମାସର ପ୍ରାୟ ୮.୬୭ ଲକ୍ଷ ଟଙ୍କାର ବିଲ୍‌ ସେଇନାହାନ୍ତି ସିଦ୍ଧୁ।

ପଞ୍ଜାବ ଷ୍ଟେଟ ପାୱାର କର୍ପୋରେସନ୍ ଲିମିଟେଡ୍ (PSPCL) ର ୱେବସାଇଟ୍ ଅନୁଯାୟୀ, ନବଜୋତ ସିଂ ସିଦ୍ଧୁଙ୍କ ଅମୃତସର ଘରର ୮,୬୭,୫୪୦ ଟଙ୍କା ପର୍ଯ୍ୟନ୍ତ ବିଦ୍ୟୁତ୍ ଶୁଳ୍କ ଏପର୍ଯ୍ୟନ୍ତ ପ୍ରଦାନ କରାଯାଇ ନାହିଁ।

ପଞ୍ଜାବରେ ହେଉଥିବା ବିଦ୍ୟୁତ୍ ସଙ୍କଟର ସମାଧାନ ପାଇଁ କଂଗ୍ରେସ ନେତା ଟ୍ୱିଟ୍ କରିବା ପରେ ଖୁବ୍ ଶୀଘ୍ର ତାଙ୍କ  ବିଦ୍ୟୁତ୍ ବିଲ୍‌ର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ଆରମ୍ଭ ହୋଇଥିଲା।

 

Leave A Reply

Your email address will not be published.