Latest Odisha News

ରତନ ଟାଟାଙ୍କୁ ‘ଭାରତ ରତ୍ନ’ ସମ୍ମାନ ଦେବା ପ୍ରସ୍ତାବ ପାରିତ

ମୁମ୍ବାଇ: ବୁଧବାର ରାତିରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ବିଶିଷ୍ଟ ଶିଳ୍ପପତି ରତନ ଟାଟା । ସେ ଦେଶ ପାଇଁ ଥିଲେ ଜଣେ ଅମୂଲ୍ୟ ରତ୍ନ ।

ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ମହାରାଷ୍ଟ୍ରର ସିନ୍ଦେ ସରକାର ରତନ ଟାଟାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବା ପ୍ରସ୍ତାବକୁ ପାରିତ କରିଛନ୍ତି । ବର୍ତ୍ତମାନ କେନ୍ଦ୍ର ସରକାର ଏହି ପ୍ରସ୍ତାବ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।

ଆଜି ମହାରାଷ୍ଟ୍ର କ୍ୟାବିନେଟ୍‌ ବୈଠକ ବସିଥିଲା । ଏଥିରେ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ଏକ ଶୋକ ପ୍ରସ୍ତାବ ପାରିତ କରାଯାଇଥିଲା । ଏହା ପରେ ଭାରତ ରତ୍ନ ପୁରସ୍କାର ପାଇଁ ତାଙ୍କ ନାମ ପ୍ରସ୍ତାବ ଦେବାକୁ ନିଷ୍ପତ୍ତି ନିଆଯାଇଛି । ମହାରାଷ୍ଟ୍ର ସରକାର ବର୍ତ୍ତମାନ ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବେ ।

ଏଥିସହ ରତନ ଟାଟାଙ୍କ ମୃତ୍ୟୁକୁ ନେଇ ମହାରାଷ୍ଟ୍ରରେ ଦିନିକିଆ ଶୋକ ଘୋଷଣା କରାଯାଇଛି । ଏହିସମୟରେ ରାଜ୍ୟର ସରକାରୀ କାର୍ଯ୍ୟାଳୟଗୁଡ଼ିକର ଜାତୀୟ ପତାକା ଅର୍ଦ୍ଧ ନମିତ ହୋଇ ରହିବ ।

 

Leave A Reply

Your email address will not be published.