ଭୁବନେଶ୍ଵର: ଭରତପୁର ଥାନାରେ ପୋଲିସ ଓ ମେଜର ବିବାଦ ମାମଲା । ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ କମିଶନଙ୍କ ପାଖରେ ହାଜର ପାଇଁ ନୋଟିସ । ଆଜି କମିଶନରଙ୍କ ପାଖରେ ହାଜର ହେବେ ନିଲମ୍ବିତ ୫ ପୋଲିସ । ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କୁ ମଧ୍ୟ ନୋଟିସ । ତାଙ୍କ ସହ ମେଜର ଓ ପୀଡ଼ିତାଙ୍କୁ ମଧ୍ୟ ହାଜର ହେବାକୁ କମିଶନରଙ୍କ ନୋଟିସ୍ । ସେହିପରି ରାସ୍ତାରେ ପାଟିତୁଣ୍ଡ କରିଥିବା ଯୁବକଙ୍କୁ ମଧ୍ୟ ହାଜର ହେବେ । ତେବେ ବ୍ୟକ୍ତିଗତ ଭାବେ ହାଜର ନହେଲେ ଓକିଲ ଜରିଆରେ ହାଜର ହେବେ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି । ସକାଳ ସାଢ଼େ ୧୦ଟା ସୁଧା ହାଜର ହେବା ପାଇଁ ନୋଟିସ ଦିଆଯାଇଛି ।
ସୂଚନାଯୋଗ୍ୟ, ଭରତପୁର ଥାନାରେ ପୋଲିସ ଓ ମେଜର ବିବାଦ ମାମଲାରେ ଗତ ୧୦ ତାରିଖରେ କ୍ରାଇମବ୍ରାଞ୍ଚ ହାତରେ ଫରେନସିକ୍ ରିପୋର୍ଟ ହସ୍ତଗତ ହୋଇଥିଲା । ପରେ ଗତ ୧୨ ତାରିଖରେ ସାଇଣ୍ଟିଫିକ୍ ଟେଷ୍ଟ ରିପୋର୍ଟ କ୍ରାଇମବ୍ରାଞ୍ଚ ହାତରେ ଲାଗିଥିଲା । ଯାହାକୁ ନେଇ ତଦନ୍ତ ଆଗକୁ ବଢାଇଛି କ୍ରାଇମବ୍ରାଞ୍ଚ । ଅଧିକ ପଚରାଉଚରା ପାଇଁ ଆଜି କମିଶନରଙ୍କ ପାଖରେ ହାଜର ହେବା ପାଇଁ ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ କମିଶନରଙ୍କ ତରଫରୁ ନୋଟିସ ପଠାଯାଇଛି ।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ପୁରୁଷ ବନ୍ଧୁଙ୍କ ସହ ପୀଡ଼ିତା ରାତି ୧ଟା ବେଳେ ଅଭିଯୋଗ କରିବାକୁ ଯାଇଥିବା ବେଳେ ପୋଲିସ ଆକ୍ରମଣ କରିବା ସହ ଥାନା ଆଇଆଇସିଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଘଟଣାରେ ତତ୍କାଳୀନ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ଜଣ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା ।
Comments are closed.