Latest Odisha News

BREAKING NEWS

ଭରତପୁର ଘଟଣା: ଆରମ୍ଭ ହେଲା ତଦନ୍ତ କମିଶନଙ୍କ ଶୁଣାଣି

ଭୁବନେଶ୍ୱର: ଭରତପୁର ଥାନାରେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ଆରମ୍ଭ ହୋଇଛି ତଦନ୍ତ କମିଶନଙ୍କ ଶୁଣାଣି l ଚିତରଞ୍ଜନ ଦାସ କମିସନଙ୍କ ନେତୃତ୍ବରେ ଆଜିଠୁ ଆରମ୍ଭ ହୋଇଛି ତଦନ୍ତ କମିଶନଙ୍କ ଶୁଣାଣି । ପ୍ରାଥମିକ ଶୁଣାଣିରେ ଶୁଣାଣି ପ୍ରକ୍ରିୟାର ସମୟ ଧାର୍ଯ କରାଯାଇଛି । ପ୍ରଥମ ଶୁଣାଣିରେ ଆର୍ମି ମେଜର ଓ ତାଙ୍କ ବାନ୍ଧବିଙ୍କୁ ହେବ ଜେରା। ଆସନ୍ତା ଆଠ ତାରିଖ ରବିବାର ଦିନ କମିଶନଙ୍କ କୋର୍ଟରେ ହାଜର ହେବ ଉଭୟେ ଆର୍ମି ମେଜର ଓ ତାଙ୍କ ବାନ୍ଧବି l

ଗତ ନଭେମ୍ବର ୧୯ରେ ଆର୍ମି ମେଜରଙ୍କ ଓ ତାଙ୍କ ବାନ୍ଧବୀଙ୍କ ସହ ସେଦିନ ଥାନାରେ କଣ ଘଟିଥିଲା ତାହାକୁ ଥାନାରେ କମିଶନଙ୍କ ଆଗରେ ବର୍ଣ୍ଣନା କରିଥିଲେ ପୀଡିତା ଓ ତାଙ୍କ ବନ୍ଧୁ l ଏପରିକି ଥାନାରେ ରିସେପ୍ସନ ଠାରୁ ଆରମ୍ଭ କରି ଥାନର ହାଜତ ପର୍ଯ୍ୟନ୍ତ ଏପରିକି କମ୍ପୁଟର ରୁମ ବା ଥାନାର ଯେଉଁ ଯେଉଁ ସ୍ଥାନରେ ଯାହା ଯାହା ଘଟିଥିଲା ସେସବୁ ପୀଡିତା ଓ ତାଙ୍କ ବନ୍ଧୁ ମେଜର ବଖାଣିଥିଲେ l ଏହାର ରିପୋର୍ଟ ଆଧାରରେ ତଦନ୍ତ ଆରମ୍ଭ କରିଥିଲେ ତଦନ୍ତ କମିଶନ l

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ପୁରୁଷ ବନ୍ଧୁଙ୍କ ସହ ପୀଡ଼ିତା ରାତି ୧ଟା ବେଳେ ଅଭିଯୋଗ କରିବାକୁ ଯାଇଥିବା ବେଳେ ପୋଲିସ ଆକ୍ରମଣ କରିବା ସହ ଥାନା ଆଇଆଇସିଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଘଟଣାରେ ତତ୍କାଳୀନ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ଜଣ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା ।

Comments are closed.