Latest Odisha News

BREAKING NEWS

କପିଲଙ୍କ ସୋ’ରୁ ବିଦା ହେଲେ ଭାରତୀ ସିଂ, କେତେ ସତ ?

ମୁମ୍ବାଇ: ଡ୍ରଗ୍ସ ଲିଙ୍କରେ ଗିରଫ ହେବା ପରେ କମେଡି କ୍ୱିନ୍ ଭାରତୀ ଓ ହର୍ଷ ଲିମ୍ବାଚିଆଙ୍କ ସମସ୍ୟା ବଢିବାରେ ଲାଗିଛି । ଖାସ କରି ଭାରତୀଙ୍କ ପାଇଁ ପ୍ରତିଦିନ ନୂଆନୂଆ ଅଡୁଆ ସାମ୍ନାକୁ ଆସୁଛି । ଶୁଣିବାକୁ ମିଳିଛି ଗିରଫଦାରୀ ପରେ କୁଆଡେ ଭାରତୀଙ୍କ ହାତରୁ ଏକାଧିକ ପ୍ରୋଜେକ୍ଟ ହାତଛଡା ହୋଇଛି । ଏହି ତାଲିକାରେ ଦ କପିଲ ଶର୍ମା ସୋ’ରୁ ବି କୁଆଡେ ତାଙ୍କୁ ବିଦା କରାଯାଇଛି ।

ମୁମ୍ବାଇର ଅନେକ ନ୍ୟଜ୍ ୱେବ୍ ସାଇଟ୍ କପିଲଙ୍କ ସୋ’ରୁ ଭାରତୀ ବିଦା ହୋଇଥିବା ନେଇ ଦାବି କରିଛନ୍ତି । ମିଳିଥିବା ଖବର ଅନୁଯାୟୀ ଲୋକପ୍ରିୟ ଟିଭି ଚ୍ୟାନେଲ ସୋନୀ କେବଳ ଦର୍ଶକଙ୍କ ନିକଟରେ ଭଲ ଛବି ଥିବା କଳାକାରଙ୍କ ସହ କାମ କରିବାକୁ ଇଛୁକ ଅଛି । ଦ କପିଲ ଶର୍ମା ସୋ’ ଏକ ପରିବାରିକ ହାସ୍ୟ ଟିଭି ସିରିଜ ହୋଇଥିବାରୁ ବିବାଦୀୟ କଳାକାରଙ୍କୁ ନେଇ ସଂପୃକ୍ତ ଚ୍ୟାନେଲ ରିସ୍କ ନେବାକୁ ଚାହୁଁନି ।

ଅନ୍ୟପଟେ ଏମିତି ବି ଖବର ମିଳିଛି ଯେ, କପିଲ ଶର୍ମା କୁଆଡେ ଭାରତୀଙ୍କ ପାଇଁ ଚ୍ୟାନେଲ ନିକଟରେ ଓକିଲାତି କରିଥିଲେ । କପିଲଙ୍କ ଅନୁପସ୍ଥିତିରେ ଭାରତୀ ହିଁ ସୋ’କୁ ଏକାକି ସମ୍ଭାଳିଥିଲେ, କିଛି ଏପରି ଦଲିଲ ଦେଇ ଭାରତୀଙ୍କୁ ସୋ’ରୁ ବାହାର ନକରିବା ପାଇଁ କପିଲ ଚ୍ୟାନେଲକୁ ଅନୁରୋଧ ବି କରିଥିଲେ ।

ଘରେ ବେଆଇନ ଡ୍ରଗ୍ସ ରଖିବା ଅଭିଯୋଗରେ ଭାରତୀ ଓ ହର୍ଷ ଗିରଫ ହୋଇଥିଲେ । ତେବେ ପରେ ମାନ୍ୟବର କୋର୍ଟ ତାଙ୍କର ବେଲ୍ ଆବେଦନକୁ ଗ୍ରହଣ କରିଥିଲେ । ଏହି ଗିରଫଦାରୀକୁ ନେଇ ଅନେକ ସେଲିବ୍ରିଟି ପ୍ରଶ୍ନ ଉଠାଇଥିଲାବେଳେ ଅନିଶ୍ଚିତତା ଘେରରେ ଭାରତୀଙ୍କ ଭବିଷ୍ୟତ ।

Leave A Reply

Your email address will not be published.