Latest Odisha News

BREAKING NEWS

ଫିଲ୍ମସିଟିରେ ରହୁଥିବା କୁକୁରଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଅନୁରୋଧ କଲେ ଭାରତୀ

ମୁମ୍ବାଇ: କରୋନା ଭାଇରସ ଯୋଗୁ ସାରା ଦେଶକୁ ଲକଡାଉନ କରାଯାଇଛି । ଫିଲ୍ମସିଟି ଷ୍ଟୁଡିଓ ମଧ୍ୟ ଏଥିଯୋଗୁ ବନ୍ଦ କରି ଦିଆଯାଇଛି । ସେଠାରେ କେବଳ ଗାର୍ଡ ଜଗିବା ପାଇଁ ରହିଛନ୍ତି । ଷ୍ଟୁଡିଓ ଭିତରେ ରହୁଥିବା କିଛି କୁକୁର ଖାଦ୍ୟ ପାଉ ନ ଥିବା ଆଶଙ୍କ କରି କମେଡିଆନ୍ ଭାରତୀୟ ସିଂ ସେମାନଙ୍କ ପାଇଁ ଖାଦ୍ୟ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ।

ମୁଁ ସର୍ବଦା ଲୋକଙ୍କ ମନ ଖୁସି ରଖିବାକୁ ଚାହେଁ । ଆଜି କିନ୍ତୁ ଫିଲ୍ମସିଟି ଷ୍ଟୁଡିଓ ଭିତରେ ବୁଲୁଥିବା କୁକୁରଙ୍କୁ ନେଇ ଦୁଃଖୀତ । କୁକୁରଙ୍କୁ ଖାଦ୍ୟ ଯୋଗାଇ ଦେବା ନେଇ ସେ ଏକ ଭିଡିଓ ମାଧ୍ୟମରେ ଅନୁରୋଧ କରିଛନ୍ତି । ପ୍ରଡ୍ୟୁସର, କଳାକାର ଆଉ ଯିଏ ବି ଯେଉଁଠାରେ ଅଛ ୱାଚମ୍ୟାନ ଖାଦ୍ୟ ଯୋଗାଇ ଦିଅ । ସେମାନେ କୁକୁରମାନଙ୍କୁ ଖାଇବାକୁ ଦେଇ ବଂଚାଇ ରଖିବ ବୋଲି ଭାରତୀ କହିଛନ୍ତି ।

Leave A Reply

Your email address will not be published.