Latest Odisha News

BREAKING NEWS

କରୋନା ଆତଙ୍କ: ଯାଜପୁରର ଏହି ୨ଟି ଗାଁ’ରେ ସପ୍ତାହେ ବ୍ୟାପି ଚାଲିବ ସାନିଟାଇଜେସନ୍‌

ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ ୨ ଜଣ କରୋନା ରୋଗୀ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାନିଟାଇଜେସନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଗତକାଲି ଜିଲ୍ଲାର ସାନ ତ୍ରିଲୋଚନପୁର ଓ ସାଇପୁର ଗ୍ରାମକୁ କଣ୍ଟେନ୍ ମେଣ୍ଟ୍ ଜୋନ ଭାବେ ଘୋଷଣା କରାଯିବା ପରେ ଏହି ଦୁଇଟି ଗ୍ରାମକୁ ସାନିଟାଇଜ୍ କରାଯିବା ନେଇ ସୂଚନା ମିଳିଛି ।

ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନାଦେଇ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି ଯେ, ଏହି ଦୁଇଟି ଗ୍ରାମରେ ଏକ ସପ୍ତାହ ଧରି ସାନିଟାଇଜେସନ କରାଯିବ । ଏହି ଦୁଇଟି ଗ୍ରାମକୁ ସିଲ୍ କରାଯିବା ସହିତ ଜନସାଧାରଣଙ୍କ ଚଳପ୍ରଚଳ ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।

ଏହି ଦୁଇଟି ଗ୍ରାମରେ ସ୍ଥାନୀୟ ବିଡ଼ିଓ ଓ ତହସିଲଦାରଙ୍କ ଉପସ୍ଥିତିରେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ୱାରା ବିଶୋଧିିତ କରାଯାଇଥିଲା ।

ଏହି ଗ୍ରାମ ଦୁଇଟିକୁ ଜରୁରୀ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇଦେବାକୁ ପ୍ରଶାସନକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.