Latest Odisha News

BREAKING NEWS

ଲକ୍‌ଡାଉନ ମନୋରଂଜନ : ଘରେ ରହି ପ୍ରସ୍ତୁତ ହେଲା କ୍ଷୁଦ୍ର ଚଳଚ୍ଚିତ୍ର ‘ଗୃହବନ୍ଦୀ’

ଭୁବନେଶ୍ୱର: ଲକ୍ ଡାଉନ ସମୟରେ ସମସ୍ତେ ଘରେ ବନ୍ଦ । ସିନେମା ହଲ ବନ୍ଦ ଏପଟେ ଟିଭିରେ କୌଣସି ମନୋରଂଜନ ଭିତ୍ତିକ କାର୍ଯ୍ୟକ୍ରମ ନାହିଁ କି ଧାରାବାହିକ ନାହିଁ । ଏହି ସମୟରେ ଘରେ ରହି ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି । ଚଳଚ୍ଚିତ୍ରର ନାଁ ରହିଛି ‘ଗୃହବନ୍ଦୀ’ । ଚଳଚ୍ଚିତ୍ରଟି ସୋସିଆଲ ମିଡିଆରେ ରିଲିଜ ହୋଇଛି ।

ଗୌରୀ ଶଙ୍କର ଦାସଙ୍କ ପରିକଳ୍ପନା ଓ ନିର୍ଦ୍ଦେଶନା ନିର୍ମିତ ଏହି ଚଳଚ୍ଚିତ୍ରରେ ପୃଥ୍ୱୀରାଜ, ଚିନ୍ତାମଣି, ଦୀପ୍ତି ମହାନ୍ତି ଓ ସୁମନ ମହାରଣା ଅଭିନୟ କରିଛନ୍ତି । ଦେବୀଲାଲ ରଥ ଏହାର ସମ୍ପାଦନା କରିଛନ୍ତି ।

କରୋନା କଟକଣା ସତ୍ତ୍ୱେ ପିଲାମାନେ ବଡମାନଙ୍କ କଥାକୁ ଅମାନ୍ୟ କରି ଘରୁ ବାହାରକୁ ଯାଉଛନ୍ତି । ଏ ନେଇ ସମସ୍ତଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଚଳଚ୍ଚିତ୍ର ‘ଗୃହବନ୍ଦୀ’ ପ୍ରସ୍ତୁତ ହୋଇଛି ।

ଗୃହବନ୍ଦୀର କାହାଣୀକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି ।

Leave A Reply

Your email address will not be published.