Latest Odisha News

BREAKING NEWS

ବିରଜା ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ଗଣ୍ଡଗୋଳ ଘଟଣା; ଭବପ୍ରସାଦ ଦାସଙ୍କୁ ମିଳିଲା ଜାମିନ

ଯାଜପୁର: ଯାଜପୁରର ବିରଜା ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ଘଟିଥିବା ଗଣ୍ଡଗୋଳକୁ ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ପୂର୍ବତନ ପୌରଅଧ୍ୟକ୍ଷ ଭବପ୍ରସାଦ ଦାସଙ୍କ ନେତୃତ୍ୱରେ କେତେକ ଲୋକ ଚାଷୀ ଓ ହାଟ ବ୍ୟବସାୟୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଆଜି ଜିଲ୍ଲା ଦୌରାଜଜଙ୍କ ଦ୍ଵାରା ପୂର୍ବ ଏକ ମାମଲାର ଶୁଣାଣି ହୋଇଥିଲା । ଏଥିରେ ଭବପ୍ରସାଦ ଦାସଙ୍କୁ ଜାମିନ ମିଳିଛି । ମାତ୍ର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଅନ୍ୟ ତିନୋଟି ମାମଲାର ଶୁଣାଣି ହୋଇନାହିଁ ।

ସେପଟେ ଅଭିଯୋଗକାରୀ ମଦନ ନାୟକ ଏକ ସତ୍ୟପାଠ ଦାଖଲ କରିଥିବା ଜଣାପଡିଛି । ଏହି ସତ୍ୟପାଠ ଜରିଆରେ ଅଭିଯୋଗ ମିଥ୍ୟା ବୋଲି ଅଦାଲତକୁ ଦର୍ଶାଇଛନ୍ତି ଅଭିଯୋଗକାରୀ ମଦନ ମୋହନ । ତେବେ ଅନ୍ୟ ୩ଟି ମାମଲାର ବେଲ୍ ମିଳିବା ପରେ ଭବ ଜେଲରୁ ମୁକ୍ତି ପାଇବେ ବୋଲି କହିଛନ୍ତି ଭବଙ୍କ ଓକିଲ । କ୍ୟାନ୍ସରରେ ପୀଡ଼ିତ ଥାଇ ଭବଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ପକ୍ଷଙ୍କ ଓକିଲଙ୍କ ଦ୍ଵାରା ଦର୍ଶାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଭବପ୍ରସାଦ ଦାସ ୪ଟି ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ଭବଙ୍କ ବେଲ୍ ପାଇଁ ଜିଲ୍ଲା ଦୌରାଜଜଙ୍କ ନିକଟରେ ଆବେଦନ କରାଯାଇଥିଲା । ହାଟ ଉପରେ ପରିବା ବ୍ୟବସାୟୀଙ୍କୁ ଗାଳି ଗୁଲଜ କରିବା ଟଙ୍କା ଛଡାଇ ନେଇଥିବା ପରିବା ବ୍ୟବସାୟୀ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ଏହି ଘଟଣାରେ ଭବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଟାଉନ୍ ଥାନା ପୋଲିସ । ସେପଟେ ୧୦ହାଜର ଟଙ୍କାର ବେଲ୍ ବଣ୍ଡ ଉପରେ ଭବଙ୍କୁ ପ୍ରଥମ ମାମଲାରେ ଜାମିନ ମିଳିଥିବା ବେଳେ କୌଣସି ସାକ୍ଷୀଙ୍କୁ ଧମକ ନଦେବାକୁ କିମ୍ବା କୌଣସି ପ୍ରକାରେ ପ୍ରଭାବିତ ନକରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିବା ସରକାରୀ ଓକିଲ କହିଛନ୍ତି ।

Leave A Reply

Your email address will not be published.