Latest Odisha News

ଟଳିଗଲା ବଡ ଦୁର୍ଘଟଣା; ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କଲେ ଯବାନ

ବୌଦ୍ଧ: ମାଟି ତଳୁ ମିଳିଲା ବିପୁଣ ପରିମାଣର ବିସ୍ଫୋରକ ସାମଗ୍ରୀ । ସର୍ଚ୍ଚ ଅପରେସନ୍‌ ବେଳେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କନାଗୁଡା ଅଞ୍ଚଳରୁ ଏହାକୁ ଠାବ କରିଛନ୍ତି ଯବାନ ମାନେ । ଫଳରେ ବହୁତ ବଡ ବିସ୍ଫୋରଣରୁ ରକ୍ଷା ପାଇଗଲେ ସୁରକ୍ଷାକର୍ମୀ ଓ ଅଞ୍ଚଳବାସୀ ।

ବୌଦ୍ଧ ଏସ୍‌ପି ନାଗରାଜ ଦେବରକୋଣ୍ଡାଙ୍କ ସୂଚନା ମୁତାବକ, ମନମୁଣ୍ଡା ଥାନା କନାଗୁଡା ଅଞ୍ଚଳରେ ନକ୍ସଲଙ୍କ ଗତିବିଧି ଥିବା ନେଇ ସୂଚନା ମିଳିଥିଲା । ପରେ ଡିଭିଏଫ୍‌ ଯବାନମାନେ କମ୍ୱିଂ ଅପରେସନରେ ଯାଇଥିଲେ । କନାଗୁଡ଼ା ଗାଁ ଠାରୁ ୫୦୦ ମିଟର ଦୂରରେ ଜଙ୍ଗଲରେ ସର୍ଚ୍ଚ ଅପରେସନ୍‌ ବେଳେ ଏହି ବିସ୍ଫୋରକ ସାମଗ୍ରୀ ଠାବ କରିଥିଲେ ଡିଭିଏଫ୍‌ ଯବାନ ଓ ବମ୍‌ ସ୍କ୍ୱାର୍ଡ ।

ଜବତ ବିସ୍ଫୋରକ ସାମଗ୍ରୀ ଭିତରେ ରହିଛି ୨୩୦ଟି ଜିଲୋଟିନ୍‌ ଷ୍ଟିକ୍‌, ୧ ମିଟର ସେଫ୍ଟି ଫ୍ୟୁଜ୍‌, ୫ଟି ବ୍ୟାଟେରୀ, ମାଓ ୟୁନିଫର୍ମ ଓ ବହୁ ମାଓ ସାମଗ୍ରୀ । ଏନେଇ ତେବେ ବଡ଼ ଧରଣ ଦୁର୍ଘଟଣା ଘଟାଇବା ପାଇଁ ନକ୍ସଲମାନେ ମାଟି ତଳେ ବିସ୍ଫୋରକ ସାମଗ୍ରୀ ପୋତି ରଖିଥିବା କହିଛନ୍ତି ବୌଦ୍ଧ ଏସ୍‌ପି ।

Comments are closed.