Latest Odisha News

BREAKING NEWS

ଆସନ୍ତାକାଲିଠାରୁ ଖୋଲିବ ଭିତରକନିକା, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ସ୍କାଏ ୱାକ୍

କେନ୍ଦ୍ରାପଡ଼ା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅଗଷ୍ଟ ୧ତାରିଖରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ପ୍ରତିବର୍ଷ ପରି ଚଳିତ ବର୍ଷ ମେ’ ୧ରୁ ଜୁଲାଇ ୩୧ ଯାଏ କୁମ୍ଭୀର ପ୍ରଜନନ ପାଇଁ ଭିତରକନିକାରେ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ରଖାଯାଇଥିଲା। ତେବେ ଅଗଷ୍ଟ ୧ରୁ ଏହା ଖୋଲି‍‍‍ବ। ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ବିଶେଷ ଭାବେ ଆକୃଷ୍ଟ କରିବ ସ୍କାଏ ୱାକ୍ ବା ୱାକ୍ ୱେ।

ଡାଙ୍ଗମାଳ ଠାରେ କୁମ୍ଭୀର ପ୍ରଜନନ କେନ୍ଦ୍ର ଥିବା ବେଳେ ସେହିଠାରେ ପ୍ରାକୃତିକ ପରିବେଶ ଉପଭୋଗ କରିବା ପାଇଁ ବନବିଭାଗ ପକ୍ଷରୁ ୱାକ ୱେ ନିର୍ମାଣ କରାଯାଇଛି। ଅଗଷ୍ଟ ୧ରୁ ପର୍ଯ୍ୟଟକମାନେ ନବନିର୍ମିତ ସ୍କାଏ ୱାକ୍‌ ବ୍ରିଜ୍‌ ମାଧ୍ୟମରେ ପ୍ରକୃତିର ବୈଭବ, ରଙ୍ଗ ବେରଙ୍ଗର ପକ୍ଷୀଙ୍କ କାକଳି ସହିତ ଜୀବଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇବେ। ମ୍ୟାନଗ୍ରୋଭ ମେଟା ନର୍ସରୀ ନିକଟରୁ ଆରମ୍ଭ ହୋଇଥିବା ଏହି ସ୍କାଏ ୱାକ୍‌ ବ୍ରିଜ୍‌ ଅଧିକ ସଂଖ୍ୟାରେ ହରିଣ ଭିଡ ଜମାଉଥିବା ପଡିଆ ଯାଏ ଲମ୍ବିଛି।

ମ୍ୟାଙ୍ଗ୍ରୁଭ ମେଟା ନର୍ସରୀ ନିକଟରୁ ଆରମ୍ଭ ହୋଇଥିବା ଏହି ୱାକ ୱେ, ପ୍ରାୟ ୬ଶହ ମିଟର ଲମ୍ବ ଏବଂ ଏହାକୁ କାଠରେ ତିଆରି କରାଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ଗୋଟିଏ ଥରରେ ୨୦ ଜଣ ଲେଖାଏଁ ପର୍ଯ୍ୟଟଙ୍କୁ ଏଥିରେ ଛଡ଼ାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.