Latest Odisha News

BREAKING NEWS

ଅଗଷ୍ଟ ୧ରୁ ପୁଣି ଖୋଲିବ ଭିତରକନିକା ଅଭୟାରଣ୍ୟ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ‘ଭିତରକନିକା ଜାତୀୟ ଅଭୟାରଣ୍ୟ’ ପର୍ଯ୍ୟଟକଙ୍କ ଲାଗି ପୁନର୍ବାର ଅଗଷ୍ଟ ୧ ତାରିଖରୁ ଖୋଲୁଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ବାର୍ଷିକ କୁମ୍ଭୀର ପ୍ରଜନନ ଋତୁ ଲାଗି ଏହି ଜାତୀୟ ଅଭୟାରଣ୍ୟକୁ ମେ ୧ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ ତଥା ସର୍ବସାଧାରଣଙ୍କ ଲାଗି ୩ମାସ ଧରି ବନ୍ଦ ରଖାଯାଇଥିଲା ।

ମିଳିଥିବା ସୂଚନାନୁଯାୟୀ, ଏହି ପ୍ରଜନନ ଋତୁରେ ପ୍ରାୟ ୯୨ଟି କୁମ୍ଭୀର ବସା ଠାବ କରାଯାଇଥିଲା । ଏହି ବସାମାନଙ୍କରେ କୁମ୍ଭୀରମାନେ ଅଣ୍ଡା ଦେଇଥିଲେ । ପ୍ରଜନନ ଋତୁରେ ସାଧାରଣତଃ ମାଈ କୁମ୍ଭୀରମାନେ ଅଧିକ ହିଂସ୍ର ହୋଇଉଠିଥାଆନ୍ତି । ଏହି ୯୨ଟି କୁମ୍ଭୀର ବସାରୁ ଗୋଟିଏ ଅଣ୍ଡା ଦିଆଯାଇଥିବା ବସା ସାମୁଦ୍ରିକ ଜୁଆର ଯୋଗୁଁ ନଷ୍ଟ ହୋଇଯିବାରୁ ସେଥିମଧ୍ୟରୁ ୩୨ଟି ଅଣ୍ଡାକୁ ନିକଟସ୍ଥ ଡ଼ାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ରଠାରେ ସଂଗ୍ରହ କରାଯାଇ ରଖାଯାଇଛି ।

Leave A Reply

Your email address will not be published.