Latest Odisha News

BREAKING NEWS

ଓୟୁଏଟି ମୁଖ୍ୟ ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଓୟୁଏଟି କଲେଜର କୃଷି ବିଭାଗ ଛାତ୍ରଛାତ୍ରୀମାନେ ଉଦ୍ୟାନ୍ କୃଷି ଛାତ୍ରଛାତ୍ରୀଙ୍କ ଦାବିକୁ ବିରୋଧ କରି ସୋମବାର ଦିନ ମୁଖ୍ୟ ଗେଟରେ ତାଲା ପକାଇ ଦେଇଛନ୍ତି । ଫଳରେ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି ।

ପ୍ରାପ୍ତ ସୂଚନାନୁଯାୟୀ ଛାତ୍ରଛାତ୍ରୀମାନେ ସରକାରୀ ଉଦ୍ୟାନ ବିଭାଗ ଅଧିକାରୀ (ଏଏଚଓ) ପଦବୀ ପାଇଁ ସଂରକ୍ଷଣ ଦାବୀକୁ ସେମାନେ ବିରୋଧ କରିଛନ୍ତି । ଅପରପକ୍ଷରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କ ପ୍ରତି ପକ୍ଷପାତିତା କରିଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀମାନେ ।

ତେବେ ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରୁଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.