Latest Odisha News

BREAKING NEWS

କୁମ୍ଭୀର ଗଣନା ପାଇଁ କାଲିଠୁ ଭିତରକନିକା ବନ୍ଦ

ପଟ୍ଟାମୁଣ୍ଡାଇ : କୁମ୍ଭୀର ଗଣନା ପାଇଁ ଶୁକ୍ରବାରଠାରୁ ବନ୍ଦ ରହିବ କେନ୍ଦ୍ରାପଡାରେ ଥିବା ବିଶ୍ବ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକା । କାଲିଠୁ କୁମ୍ଭୀର ଗଣନା ଆରମ୍ଭ ହୋଇ ଆସନ୍ତା ୨୩  ତାରିଖ ପର୍ଯ୍ୟନ୍ତ ଚାଲିବ। ୯ ଦିନ ଧରି କୁମ୍ଭୀର ଗଣନା କରାଯିବ ।

ନଦୀ, ନାଳ, ଜଳାଶୟ ଭିତରେ ଥିବା କୁମ୍ଭୀରମାନଙ୍କ ଗଣନା କରାଯିବ । କୁମ୍ଭୀର ଗଣନା କାର୍ଯ୍ୟରେ ଯେପରି ବାଧା ନ ହେବ ସେଥିପାଇଁ ବୋଟ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ପ୍ରତ୍ୟେକ ବର୍ଷ କୁମ୍ଭୀର ଗଣନା ସମୟରେ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିଥାଏ । 

Comments are closed.