Latest Odisha News

ମଣିକର୍ଣ୍ଣିକା ରିଟର୍ଣ୍ଣସ-ଦି ଲିଜେଣ୍ଡ ଅଫ ଦିଦାରେ କଙ୍ଗନା

ମୁମ୍ବାଇ: ମଣିକର୍ଣ୍ଣିକା ଫ୍ରାଂଚାଇଜର ପରବର୍ତୀ ଫିଲ୍ମ ପାଇଁ କଙ୍ଗନା ରାନାୱତ ପ୍ରସ୍ତୁତ ହେଉଛନ୍ତି । ଏ ନେଇ ଗୁରୁବାର ସେ ସୋସିଆଲ ସାଇଟରେ ସୂଚନା ଦେଇଛନ୍ତ । ଏହାର ନାମ ରହିଛି ମଣିକର୍ଣ୍ଣିକା ରିଟର୍ଣ୍ଣସ-ଦି ଲିଜେଣ୍ଡ ଅଫ ଦିଦାରେ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ । ଝାନ୍ସି ରାଣୀ ଲକ୍ଷ୍ମୀବାଈଙ୍କ ପରି ଅନେକ ବୀରାଙ୍ଗାନା ଏହି ଭାରତ ମାଟିରେ ଜନ୍ମ ନେଇଛନ୍ତି । ସେହିପରି ଏକ ଯୋଦ୍ଧାଙ୍କ କାହାଣୀ ହେଲା ଦି ଲିଜେଣ୍ଡ ଅଫ ଦିଦା । କାଶ୍ମୀରର ଏହି ରାଣୀ ଥରେ ନୁହେଁ ଦୁଇ ଥର ମେହମୁଦ ଗଜନାଭିଙ୍କୁ ଯୁଦ୍ଧ କ୍ଷେତ୍ରରେ ପରାସ୍ତ କରିଛନ୍ତି ।

ଦିଦା କାଶ୍ମୀର ଇତିହାସର ସବୁଠାରୁ ବଡ ଯୋଦ୍ଧା ଭାବେ ପରିଗଣିତ । ମହାରାଜା କ୍ଷେମେନ୍ଦ୍ର ଗୁପ୍ତାଙ୍କୁ ସେ ବିବାହ କରିଥିଲେ । ତାଙ୍କ ମୃତ୍ୟୁ ପରେ ସେ ରାଜଗାଦିରେ ବସିଥିଲେ । କମଲ ଜୈନ ଏହି ଫିଲ୍ମ ପ୍ରଡ୍ୟୁସ କରୁଛନ୍ତି । ଦିଦାଙ୍କ ଇତିହାସ ପୃଷ୍ଠାରେ ଅନେକ ସ୍ଥାନରେ ନକାରାତ୍ମକ ଢ଼ଙ୍ଗରେ ଚିତ୍ରିତ କରାଯାଇଛି । ଯାହା କି ସତ୍ୟ ନୁହେଁ ବୋଲି କଙ୍ଗନା କହିଛନ୍ତି । କଙ୍ଗନା ଏବେ ଥାଲାଇବି, ଧାକଡ ଓ ତେଜସ ଶୁଟିଂରେ ବ୍ୟସ୍ତ ଅଛନ୍ତି ।

Leave A Reply

Your email address will not be published.