Latest Odisha News

BREAKING NEWS

‘ଭୋଳା’ର ଟ୍ରେଲର ରିଲିଜ୍‌, ନୂଆ ଲୁକ୍‌ରେ ଅଜୟ

ମୁମ୍ବାଇ: ଆଗାମୀ ଫିଲ୍ମ ‘ଭୋଳା’କୁ ନେଇ ଅଭିନେତା ଅଜୟ ଦେବଗନ ଚର୍ଚ୍ଚାରେ ଅଛନ୍ତି । ଏହାର ଟ୍ରେଲର ରିଲିଜ୍ ହୋଇଯାଇଛି । ଏଥିରେ ଅଜୟ ନୂଆ ଲୁକ୍‌ରେ ନଜର ଆସିଛନ୍ତି,ଯାହାକୁ ଲୋକେ ଖୁବ୍‌୍ ପସନ୍ଦ କରିଛନ୍ତି । ଏହି ଫିଲ୍ମରେ ଅଭିନେତ୍ରୀ ତବୁ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ତବୁ ପୁଣିଥରେ ପୋଲିସ ଭୂମିକାରେ ନଜର ଆସିଛନ୍ତି ।

‘ଦୃଶ୍ୟମ-୨’ର ସଫଳତା ପରେ ଲୋକେ ଅଜୟଙ୍କ ‘ଭୋଳା’କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ଏହାର ଟ୍ରେଲର ରିଲିଜ ପ୍ରଶଂସକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରି ଦେଇଛି । ଚଳିତ ମାସ ଶେଷ ଆଡ଼କୁ ଏହି ଫିଲ୍ମ ରିଲିଜ୍ ହେବ । ସବୁଠୁ ବଡ଼ କଥା, ଅଜୟ ଏଥିରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।

Leave A Reply

Your email address will not be published.