Latest Odisha News

BREAKING NEWS

ଜୁନିୟର ଏନଟିଆର, ଜାହ୍ନବୀ ଅଭିନୀତ ଏନଟିଆର ୩୦ର ଫାଷ୍ଟ ଲୁକ ଜାରୀ

ମୁମ୍ବାଇ: ଜୁନିୟର ଏନଟିଆରଙ୍କ ବହୁପ୍ରତୀକ୍ଷିତ ଏନଟିଆର ୩୦ର ଆଜି ଫାଷ୍ଟ ଲୁକ ଜାରୀ କରାଯାଇଛି । ଏଥିରେ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କାପୁର ଅଭିନୟ କରୁଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଜନତା ଗ୍ୟାରେଜର ନିର୍ଦ୍ଦେଶକ କୋରାତାଲା ଶିବା ଦେବେ । ଆସନ୍ତା ବର୍ଷ ୫ ଏପ୍ରିଲ ୨୦୨୪ରେ ଏହା ରିଲିଜ ହେବ । ଜୁନିୟର ଏନଟିଆର ଓ ଜାହ୍ନବୀଙ୍କ ଯୋଡିଙ୍କ ଦର୍ଶକମାନେ କିଭଳି ପସନ୍ଦ କରୁଛନ୍ତି ସେଥିପ୍ରତି ସମସ୍ତଙ୍କ ନଜର ରହିଛି । ପୂର୍ବରୁ ଜାହ୍ନବୀ ବାରମ୍ବାର ଜୁନିୟର ଏନଟିଆରଙ୍କ ସହ ଅଭିନୟ କରିବା ନେଇ ଆଗ୍ରହ ପ୍ରକାଶ କରିଥିଲେ । ଏହି ଫିଲ୍ମକୁ ଏନଟିଆର ଆର୍ଟସର ହରି କୃଷ୍ଣ ଓ ଯୁବସୁଧା ଆର୍ଟସର ସୁଧାକର ମିକିଲେନେନୀ ମିଳିତ ଭାବେ ପ୍ରଡ୍ୟୁସ କରୁଛନ୍ତି । ଜାହ୍ନବୀ ଏହା ମାଧ୍ୟମରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପାଦ ଥାପିବାକୁ ଯାଉଛନ୍ତି ।

ଅନିରୁଦ୍ଧ ରବିଚନ୍ଦ୍ର ଏହାର ମ୍ୟୁଜିକ ପ୍ରଦାନ କରିବେ । ଜୁନିୟର ଏନଟିଆରଙ୍କ ଫ୍ୟାନ ଫଲୋର୍ସ ଅଧିକ ଥିବାରୁ ଫିଲ୍ମକୁ ଯେପରି ସେମାନେ ପସନ୍ଦ କରିବେ ସେଥିନେଇ ମେକର୍ସଙ୍କ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଇଛି । ଆରଆରଆର ପରେ ସେ ପୁନର୍ବାର ଏବେ ସମସ୍ତଙ୍କ ପ୍ରିୟପାତ୍ର ହୋଇ ଉଠିଛନ୍ତି ।

Leave A Reply

Your email address will not be published.