Latest Odisha News

BREAKING NEWS

ଜହ୍ଲାଦ ପୁଅର କୁତ୍ସିତ କାରନାମା, ବାପାକୁ ହତ୍ୟା ପରେ ମାଆକୁ ଦୁଷ୍କର୍ମ !

ଯାଜପୁର: ପୁଅ ଟିଏ ପାଇବାକୁ ବାପାମାଆ ଲକ୍ଷେ ଶିବ ପୂଜି ଥାନ୍ତି । ଆଶା ଥାଏ ବୟସର ଅପରାହ୍ଣରେ ପୁଅ ସେମାନଙ୍କ ଆଶାବାଡ଼ି ସାଜିବ । ଛୁଆ ବେଳେ ସେମାନେ ପୁଅକୁ ଯେମିତି ସ୍ନେହ ଆଦର ଦେଇ ବଡ଼ କରିଥିଲେ ବୁଢ଼ା ବୟସରେ ପୁଅ ସେମିତି ସେମାନଙ୍କୁ ସ୍ନେହ ଆଦର ଦେବ । କିନ୍ତୁ ହତାଭାଗ ବାପର ଜୀବନରେ ସେମିତି କିଛି ଘଟିଲାନି ।

ଓଲଟା କୁଳାଙ୍ଗାର ପୁଅ ମଦ ନିଶାରେ ଚୂର୍ ହୋଇ ବାପାର ଜୀବନ ନେଇ ଯାଇଛି । ନିଜ ପୁଅ ନ ହେଲେ ବି ସାବାତ ମାଆ ସହ ଜହ୍ଲାଦ ପୁଅ ଯାହା କରିଛି ତାକୁ ସମସ୍ତେ ଛି ଛି କହୁଛନ୍ତି । ମଦ ନିଶାରେ ବାପାଙ୍କୁ ଜୀବନରୁ ମାରି ଦେବା ପରେ ସାବତ ମାଆ ସହ ପୁଅ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଟମକା ଥାନା ଚମ୍ପାଝର ଗାଁରେ ।

ମଦ ନିଶାରେ ରବିବାର ରାତିରେ ଦୁଇ ଦୁଇଟି ଜଘନ୍ୟ କାଣ୍ଡ ଘଟାଇବା ପରେ ପୁଅ ଏବେ ପୋଲିସ ହାତରେ । ଜମି ବାଡ଼ି ବିବାଦକୁ ନେଇ ବାପା ସାଧାଏ ହେମ୍ବ୍ରମଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା କହିଛି ନୃଶଂସ ପୁଅ । ସେପଟେ ସ୍ୱାମୀଙ୍କୁ ହରାଇବାର ଦୁଃଖ ଓ ପୁଅ ଦ୍ୱାରା ଯୌନ ଶୋଷଣର ଶିକାର ପରେ ଭାଙ୍ଗି ପଡ଼ିଥିବା ସାବତ ମାଆ କହିଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ । ଟମକା ଥାନା ପୋଲିସ ଅଭିଯୁକ୍ତ ଲୁଗୁ ହେମ୍ବ୍ରମଙ୍କୁ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ କରୁଛି ।

Leave A Reply

Your email address will not be published.