ମୁମ୍ବାଇ: ବକ୍ସ ଅଫିସ୍ରେ ଏହି ଦିପାବଳୀରେ ଦମଦାର ଚଳଚ୍ଚିତ୍ର ରିଲଜ ହୋଇଛି। ଯାହାକୁ ନେଇ ସିନେ ପ୍ରେମୀ ଉତ୍ସାହିତ ଅଛନ୍ତି। ଅଜୟ ଦେବଗାନଙ୍କ ‘ସିଙ୍ଗହମ୍ ଏଗେନ’ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ‘ଭୁଲ ଭଲୈୟା- 3’ ବଡ ପରଦାରେ ଏକାଠି ରିଲିଜ ହୋଇଛି। ଏହି ଦୁଇଟି ଚଳଚ୍ଚିତ୍ରର ବର୍ତ୍ତମାନ ଜୋରଜାର ଟକ୍କର ଚାଲିଛି। ଉଭୟ ଚଳଚ୍ଚିତ୍ର ପ୍ରଥମ ସପ୍ତାହ ଶେଷରେ ୧୦୦ କୋଟିରୁ ଅଧିକ ବ୍ୟବସାୟ କରିଛି।
ଦର୍ଶକ ‘ଭୁଲ୍ ଭୁଲୈୟା 3’ କୁ ବହୁତ ପସନ୍ଦ କରିଛନ୍ତି। ଚଳଚ୍ଚିତ୍ରଟି ପ୍ରେକ୍ଷାଳୟରେ ଭଲ ପ୍ରତିକ୍ରିୟା ପାଇଛି। କିନ୍ତୁ ବର୍ତ୍ତମାନ ଲୋକମାନେ ଜାଣିବାକୁ ଚାହାଁନ୍ତି କେଉଁ OTT ପ୍ଲାଟଫର୍ମରେ ଏହି ଫିଲ୍ମ ରିଲିଜ ହେବ। ଲୋକେ ଓଟିଟି ପ୍ଲାଟଫର୍ମରେ ଘରେ ବସି ରୁହ ବାବା ଏବଂ ମଞ୍ଜୁଲିକାକୁ ଦେଖିବାକୁ ଚାହୁଁଛନ୍ତି। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ମଧ୍ୟ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଅଛି ଯେ ଏହା OTT ରେ କେବେ ରିଲିଜ୍ ହେବ? ଏଭଳି ପରିସ୍ଥିତିରେ, ସମସ୍ତ ପ୍ରଶଂସକଙ୍କ ଚାହିଦା ପୂରଣ କରିବା ପାଇଁ,‘ଭୁଲ ଭୁଲୈୟା-୩’ର OTT ରିଲିଜ୍ ସହିତ ଏକ ବଡ ଅପଡେଟ ଆସିଛି।
କାର୍ତ୍ତିକ ଆର୍ଯ୍ୟନଙ୍କ ‘ଭିଲ ଭୁଲୈୟା-୩’ ‘ନଭେମ୍ବର ୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଏବଂ ଏହା ବର୍ତ୍ତମାନ ଭଲ ରୋଜଗାର କରୁଛି। ଏହି ଚଳଚ୍ଚିତ୍ରଟି ଭଲ ସମୀକ୍ଷା ଗ୍ରହଣ କରିଛି। ପ୍ରେକ୍ଷାଳୟରେ ଏହାକୁ ଦେଖୁଥିବାକୁ ଲୋକଙ୍କ ଭିଡ ଜମୁଛି। ମିଡିଆ ରିପୋର୍ଟ ଅନୁଯାୟୀ, ନେଟଫ୍ଲିକ୍ସ ‘ଭୁଲ ଭୁଲୈୟା-୩’ର OTT ଅଧିକାର କିଣିଛି। ଅର୍ଥାତ୍ ଅନିଜ ବଜମିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ସବୁଠାରୁ ବଡ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବ।
ଯେଉଁମାନେ ପ୍ରେକ୍ଷାଳୟରେ କମ୍ ଫିଲ୍ମ ଦେଖନ୍ତି କିମ୍ବା ଅନ୍ୟ କୌଣସି କାରଣରୁ ଚଳଚ୍ଚିତ୍ର ଦେଖିବାରେ ଅସମର୍ଥ, ତେବେ ଚଳଚ୍ଚିତ୍ର ଦେଖିବା ପାଇଁ ସେମାନଙ୍କ ପାଇଁ ଏକମାତ୍ର ବିକଳ୍ପ ହେଉଛି OTT। ଯେଉଁମାନେ ପ୍ରେକ୍ଷାଳୟରେ ଏହାକୁ ଦେଖି ପାରିବେ ନାହିଁ, ସେମାନେ ଏହାର OTT ରିଲିଜ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।
ଏହା ବ୍ୟତୀତ, ବହୁତ ଲୋକ ଅଛନ୍ତି ଯେଉଁମାନେ ସର୍ବଦା ଚଳଚ୍ଚିତ୍ରର OTT ରିଲିଜ୍ ପାଇଁ ଅପେକ୍ଷା କରନ୍ତି, ଯାହାଫଳରେ ସେମାନେ ଘରେ ବସି ସେମାନଙ୍କର ପ୍ରିୟ ଚଳଚ୍ଚିତ୍ରକୁ ଉପଭୋଗ କରିପାରିବେ। ସେହି ଲୋକଙ୍କ ପାଇଁ, କହିରଖୁଛୁ ଯେ ଫିଲ୍ମର OTT ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଅବଶ୍ୟ, ସାଧାରଣତଃ ହିନ୍ଦୀ ଚଳଚ୍ଚିତ୍ର ଦେଢରୁ ଦୁଇ ମାସ ମଧ୍ୟରେ OTT ରେ ଆସିଥାଏ। ତେଣୁ ଡିସେମ୍ବର ଶେଷ କିମ୍ବା ଜାନୁଆରୀ ଆରମ୍ଭରେ ନେଟଫ୍ଲିକ୍ସରେ ‘ଭୁଲ ଭଲୈୟା-୩’ ଷ୍ଟ୍ରିମ୍ ହୋଇପାରିବ ବୋଲି ଆଶା କରାଯାଉଛି।